ଖେଳ ଦେଶ ବିଦେଶ

ରବିବାର ଫାଇନାଲ୍ ଫାଇଟ୍ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ବିଜୟ ଲକ୍ଷ୍ୟରେ ପନ୍ତ ସେନା

ବେଙ୍ଗାଲୁରୁ,୧୯/୦୬: ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ସିରିଜ ନିର୍ଣ୍ଣାୟକ ପଞ୍ଚମ ଟି-ଟ୍ୱେଣ୍ଟି । ଉଭୟ ଦଳ ଇତି ମଧ୍ୟରେ ୨ଟି ଲେଖାଏଁ ମ୍ୟାଚ୍‌ ଜିତିସାରିଛନ୍ତି । ଫଳରେ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଘରୋଇ ଗ୍ରାଉଣ୍ଡରେ ଭାରତ ପୂର୍ବରୁ କେବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-ଟ୍ୱେଣ୍ଟି ସିରିଜ ଜିତିନାହିଁ । ୨୦୧୫ରେ ଦକ୍ଷିଣ ଆଫ୍ରିକା ଏଠାରେ ୩ମ୍ୟାଚ୍‌ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ୨୦୧୯ରେ ଅନୁଷ୍ଠିତ ସିରିଜ ୧-୧ରେ ଡ୍ର’ ରହିଥିଲା । ଉଭୟ ସିରିଜରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲ ।

ଏଥର ଭାରତ ନିକଟରେ ସିରିଜ ବିଜୟ ସୁଯୋଗ ରହିଛି । କ୍ରମାନ୍ୱୟରେ ୨ଟି ମ୍ୟାଚ୍‌ ଜିତିବା ପରେ ଭାରତୀୟ ଦଳର ମନୋବଳ ଦ୍ୱିଗୁଣା ରହିଛି । ୨୦୧୯ ପରାଜୟର ପ୍ରତିଶୋଧ ନେବା ପାଇଁ ଦଳ ନିକଟରେ ଯଥେଷ୍ଟ କ୍ଷମତା ରହିଛି । ଗତ ସିରିଜରେ ମଧ୍ୟ ବେଙ୍ଗାଲୁରୁରେ ଅନ୍ତିମ ଟି-ଟ୍ୱେଣ୍ଟିମ୍ୟାଚ୍‌ ଖେଳାଯାଇଥିଲା । ୧୩୫ ରନର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧ ୱିକେଟ୍‌ ହରାଇ ହାସଲ କରିଥିଲା ।
ଘରୋଇ ଦଳ ମଧ୍ୟଭାଗ ଏପର୍ଯ୍ୟନ୍ତ ଲୟ ଫେରି ପାଇ ନାହାନ୍ତି । କିନ୍ତୁ ନିମ୍ନ ମଧ୍ୟଭାଗ ସବୁ ଆବଶ୍ୟକତାକୁ ପୂରଣ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକଙ୍କ ପ୍ରଦର୍ଶନ ବଳରେ ଭାରତ ଆଉ ଏକ ବିଜୟ ପାଇଁ ଯୋଜନା କରିବ । ତଥାପି ଏହା ପୂର୍ବରୁ ରିଷଭ ପନ୍ତ ଓ ଶ୍ରେୟାସ ଆୟର ଫର୍ମ ଫେରି ପାଇବା ଦଳ ପାଇଁ ଶୁଭଙ୍କର ହେବ ।

ରାଜକୋଟ୍‌ରେ ଭାରତୀୟ ବୋଲରଙ୍କ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ରହିଥିଲା । ବିଶେଷ କରି ପେସ୍‌ ବୋଲରମାନେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇଥିଲେ । ଅଭେଶ ଖାନ, ହର୍ଷଲ ପଟେଲ ଓ ଭୁବନେଶ୍ୱର କୁମାରଙ୍କୁ ନେଇ ଗଠିତ ପେସ ବାହିନୀରେ ପରିବର୍ତ୍ତନ ସମ୍ଭାବନା ନାହିଁ । ଫଳରେ ନବାଗତ ଅର୍ଶଦୀପ ଓ ଉମ୍ରାନ ମଲିକଙ୍କୁ ଆଉ ଏକ ସିରିଜ ପାଇଁ ଅପେକ୍ଷା କରିବାକୁ ପଡ଼ିବ ।

ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୁମା ଆହତ ହୋଇଛନ୍ତି । ସେ ଖେଳିବା ନେଇ ଆଶଙ୍କା ରହିଛି । ବାକି ଖେଳାଳି ଫିଟ୍‌ ଅଛନ୍ତି । ମୋଟ୍‌ ଉପରେ ଦେଖିବାକୁ ଗଲେ ଉଭୟ ଦଳର ବୋଲରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବେଙ୍ଗାଲୁରୁ ପିଚ୍‌ ସର୍ବଦା ବ୍ୟାଟ୍ସମ୍ୟାନଙ୍କୁ ସହାୟତା କରି ଆସିଛି । କେବଳ ବର୍ଷା ମ୍ୟାଚ୍‌କୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ୭୦ ପ୍ରତିଶତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସ୍ପଷ୍ଟ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ