ଆଠଗଡ଼ ୧୯।୦୬ : ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଚାଳକ । କଟକ ଜିଲ୍ଲା ଆଠଗଡ଼ କାନପୁର ଥାନା ରାସ୍ତାରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ନାମ କାବୁଲି ସେନାପତା, ଘର ତିଗିରିଆ ଥାନା ବିନ୍ଧାଣିମା ଗାଁର ବୋଲି ଜଣାପଡ଼ିଛି ।
ଖବର ଅନୁଯାୟୀ, କାବୁଲି ସେନାପତି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନନୀ ରୋଗୀ ବାହକର ଚାଳକ ଥିଲେ। କିନ୍ତୁ ହଠାତ୍ ସେ ଏବେ ଆତ୍ମହତ୍ୟା କରିଛନ୍ତି । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ଏକ ରାସ୍ତା କଡ଼ରେ ଆମ୍ବୁଲାନ୍ସ ରଖି ତେନ୍ତୁଳି ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି କାବୁଲି। ମୃତ କାବୁଲିଙ୍କର ଘର ତିଗିରିଆ ଥାନା ବିନ୍ଧାଣିମା ଗାଁରେ ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଯୁବକ ଜଣଙ୍କ କେଉଁ ପରିସ୍ଥିତିରେ ଯୁବକ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଖବର ପାଇ କାନପୁର ଥାନା ପୋଲିସ ର ତଦନ୍ତ ଜାରି ରହିଛି।