ଅପରାଧ ରାଜ୍ୟ

ଟ୍ରାଭେଲ ମାଲିକଙ୍କ ନାଁରେ ସଙ୍ଗୀନ ଅଭିଯୋଗ, ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର

ପୁରୀ ୧୯।୦୬ : ପୁରୀ ସିଟି ରୋଡ ସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ମାଲିକ ବଙ୍ଗୀୟ ମହିଳାଙ୍କୁ ମାଡମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ‌।‌ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କଲିକତାର ଶୀତଲ।

ଖବର ଅନୁଯାୟୀ, ଶନିବାର ରାତିରେ ଶିତଲ ପୁରୀ ବୁଲିବାକୁ ଆସି ଚକାଡୋଳା ଟ୍ରାଭେଲ ମାଲିକ ଠାରୁ ସ୍କୁଟି ଭଡାରେ ନେଇଥିଲେ। ତେବେ ସ୍କୁଟି ଅବସ୍ଥା ଖରାଫ ଥିବାରୁ ସେ ଟ୍ରାଭେଲ ମାଲିକଙ୍କୁ କହିବା ସହ ଟଙ୍କା କାଟିବା ପାଇଁ କହିଥିଲେ। ପର୍ଯ୍ୟଟକଙ୍କ ଏଭଳି କଥା ଶୁଣି ଟ୍ରାଭେଲ ମାଲିକ ଉତ୍ତ୍ୟକ୍ତ ହୋଇ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାଡ଼ ମରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ପର୍ଯ୍ୟଟକଜଣକ ସମୁଦ୍ର କୂଳ ଥାନାକୁ ଫୋନ କରିବା ସହ ଟ୍ରାଭେଲ ମାଲିକଙ୍କ ଗିରଫ ଦାବି କରିଥିଲେ।

ତେବେ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ଉକ୍ତ ବଙ୍ଗୀୟ ପର୍ଯ୍ୟଟକକୁ ଥାନାକୁ ଆସି ଅଭିଯୋଗ କରିବା ପାଇଁ କହିଥିଲେ। ଯାହାଫଳରେ ପୁରୁଷ ପୋଲିସ ଓ ବଙ୍ଗୀୟ ପର୍ଯ୍ୟଟକ ମଧ୍ୟରେ କଥା କଟାକଟି ହୋଇଥିଲା। ତେବେ ଶ୍ରୀକ୍ଷେତ୍ରକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ସେମାନଙ୍କ ସୁରକ୍ଷା ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।