ଭୁବନେଶ୍ୱର ୧୮।୦୬: ଡେଙ୍ଗୁ ଏକ ମଶାବାହିତ ରୋଗ । ମୌସୁମୀ ସମୟରେ ଡେଙ୍ଗୁ ରୋଗ ସାଧାରଣତଃ ବଢ଼ିଥାଏ । ତେଣୁ ଆମକୁ ସତର୍କତା ସହ ରହିବାକୁ ପଡିବ ବୋଲି ଜନସ୍ୱାର୍ଥ ନିର୍ଦ୍ଦେଶକ ଡ଼ା. ନିରଞ୍ଜନ ମିଶ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଶୁକ୍ରବାର ସୁଦ୍ଧା ୩୪୮୪ ଡେଙ୍ଗୁ ଟେଷ୍ଟ କରାଯାଇଛି । ସେମାନଙ୍କ ମଧ୍ୟରୁ 124 ଜଣ ପଜିଟିଭ ଆସିଛି । ୧୭ଟି ଜିଲ୍ଲାରୁ ରିପୋର୍ଟ ଆସିଥିଲେ ବି ମୁଖ୍ୟତ ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଖୋର୍ଦ୍ଧାରେ ୪୮, କୋରାପୁଟରୁ ୧୯ , ମାଲକାନଗିରିରୁ ୧୨, ପୁରୀ ୧୮ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।
ସେହିପରି ଏବେ ଯାଏଁ ଡେଙ୍ଗୁରେ ମୃତ୍ୟୁ ନେଇ କିଛି ରିପୋର୍ଟ କିଛି ହସ୍ତଗତ ହୋଇନାହିଁ ।ସାଧାରଣଲୋକଙ୍କ ସୁରକ୍ଷା ପାଇଁ ବିଭାଗ ତରଫରୁ ସମସ୍ତ ପଦକ୍ଷପ ଗ୍ରହଣ କରାଯାଇଛି ।କିନ୍ତୁ ସାଧାରଣଲୋକ ମଧ୍ୟ ଅଧିକ ସଚେତନ ହେବା ଆବଶ୍ୟକ ବୋଲି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଓ୍ୱାର୍ଡ କରାଯାଇଛି ବୋଲି ମଧ୍ୟ ନିର୍ଦ୍ଦେଶକ କହିଛନ୍ତି ।