ଅପରାଧ ରାଜ୍ୟ

ନୀଳକଣ୍ଠେଶ୍ବର ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାକୁ କାବୁ କଲେ ଗ୍ରାମବାସୀ

ମହାକାଳପଡା ୧୬।୬: ମନ୍ଦିରରୁ ଲୁଟ୍ ଉଦ୍ୟମ ପଣ୍ଡ । ୩ ଲୁଟେରାଙ୍କୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ବଳିପାଳ ପଞ୍ଚାୟତର କଳପଡା ଗ୍ରାମରେ ଥିବା ନୀଳକଣ୍ଠେଶ୍ବର ମହାଦେବ ମନ୍ଦିରରୁ ଚୋରି ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ମନ୍ଦିରରରେ ଥିବା ଦାନପାତ୍ରକୁ ଭାଙ୍ଗି ୩ ଜଣ ଚୋର ଲୁଟ୍ ଉଦ୍ୟମ କରୁଥିଲେ । ଏହି ସମୟରେ ଶବ୍ଦ ଶୁଣି ମନ୍ଦିରେ ଶୋଇଥିବା ପୂଜକ ତତୁରତାର ସହ ୩ ଜଣକୁ କାବୁ କରିଥିଲେ । ପୂଜକଙ୍କ ଠାରୁ ଏ ନେଇ ଗ୍ରାମବାସୀ ଖବର ପାଇଲା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ୩ ଚୋରକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।