ଅପରାଧ ରାଜ୍ୟ

ବାରହା ଶିକାର ବେଳେ କଳାପାଟ ସଂରକ୍ଷିତ ଜଙ୍ଗଲରୁ ୪ ଶିକାରୀ ଗିରଫ

ତେଲକୋଇ ୧୪।୬: ବାରହା ଶିକାର ବେଳେ ୪ ବାରହା ଶିକାରୀ ଗିରଫ । ସୋମବାର ବିଳମ୍ବିତ ରାତିରେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର କରୁଥିବା ବେଳେ ୪ ଜଣ ଶିକାରୀଙ୍କୁ ଧରିଲେ ବନ କର୍ମଚାରୀ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟର କଳାପାଟ ସଂରକ୍ଷିତ ଜଙ୍ଗଲରେ ।

ତେବେ ରଜପର୍ବ ଥିବାରୁ ବନ୍ୟଯନ୍ତୁ ଶିକାର ପାଇଁ ଶିକାରୀମାନେ ସଜବାଜ ହେଉଥିବା ଖବର ପାଇ ବନ ବିଭାଗ ପକ୍ଷରୁ ବିଳମ୍ବିତ ରାତିରେ ଚଢାଉ କରାଯାଇଥିଲା । କଳାପାଟ ସଂରକ୍ଷିତ ଜଙ୍ଗଲର ହାତୀମୁଣ୍ଡା ଠାରେ ଶିକାରୀମାନେ ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାରରେ ହୁକ ପକାଇ ବାରହା ଶିକାର ପାଇଁ ଯୋଜନା କରୁଥିଲେ । ଏହି ସମୟରେ ବନ ବିଭାଗର ଗୋଟିଏ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୪ଜଣ ଶିକାରୀଙ୍କୁ ମାଡି ବସିଥିଲା । ସେମାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଦୁଇଟି ଟାଙ୍ଗିଆ ସହ ଶିକାର ପାଇଁ ବ୍ୟବହୃତ ଜିଆଇ ତାର, ମଦ ବୋତଲ ଜବତ କରିଛନ୍ତି ବନ କର୍ମଚାରୀ । ଗିରଫ ପରେ ସମସ୍ତ ୪ ଶିକାରୀଙ୍କୁ କୋର୍ଟ ଚାଲାଣ କରି ଦିଆଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।