ଅପରାଧ ରାଜ୍ୟ

ବକେୟା ଦରମା ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ, ସିବିଆଇ ହାତରେ ଧରାପଡିଲେ ଡାକ ଇନ୍ସପେକ୍ଟର

ସୁନ୍ଦରଗଡ ୧୩।୬: ସିବିଆଇ ହାତରେ ଧରାପଡିଲେ ମୁଖ୍ୟ ଡାକଘର ଇନ୍ସପେକ୍ଟର । ନର୍ଥ ଡିଭିଜନର ଇନ୍ସପେକ୍ଟର ଉଜ୍ଜ୍ବଳ କୁମାର, ବିକାଶ କିସପଟ୍ଟା ନାମକ ଜଣେ ଗ୍ରାମୀଣ ଡାକ ସେବକଙ୍କଠାରୁ ବକେୟା ଦରମା ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାପଡିଲେ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ବର ସିବିଆଇ ଟିମ୍ ହାତରେ ଧରାପଡିଲେ । ଏହି ସିବିଆଇ ଟିମ୍‌ରେ ୭ ଜଣ ରହିଛନ୍ତି ।

ତେବେ ବିକାସ କିସପଟ୍ଟାଙ୍କଠାରୁ ୧୦ହଜାର ଡିମାଣ୍ଡ କରିଥିବା ବେଳେ ମୁଲଚାଳ ହୋଇ ୫ ହଜାର ଟଙ୍କାରେ କଥା ଛିଡିଥିଲା । ତେବେ କଥା ଅନୁଯାୟୀ ୫ ହଜାର ଟଙ୍କା ଦେଉଥିବା ବେଳେ ସିବିଆଇ ମାଡି ବସିଲା । ଇନ୍ସପେକ୍ଟର ଉଜ୍ଜ୍ବଳ କୁମାରଙ୍କୁ ସିବିଆଇ ଅଧିକ ପଚରା ଉଚରା କରୁଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।