ଅପରାଧ ରାଜ୍ୟ

୪ ଜଣ ବ୍ୟାଟେରୀ ଚୋର ଗିରଫ, ୪୦ଲକ୍ଷ ଟଙ୍କାର ବ୍ୟାଟେରୀ ଜବତ

ସାନଖେମୁଣ୍ଡି ୧୩।୬: ଗଞ୍ଜାମ ଜିଲ୍ଲାର ଆସିକା, ସୋରଡା, ଶେରଗଡ ଥାନା ସମେତ ପ୍ରାୟ ସମସ୍ତ ଥାନା ଅଞ୍ଚଳରେ ଗତ କିଛି ଦିନ ହେବ ମୋବାଇଲ ଟାୱାରରୁ ବ୍ୟାଟେରୀ ଚୋରି ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । କିଏ ଏହି ବ୍ୟାଟେରୀ ଚୋରି କରୁଛି ତାର ସନ୍ଧାନ ପାଇବାରେ ବିଳମ୍ବ ହେଉଥିବା ପୋଲିସ ପ୍ରଶାସନକୁ । ତେବେ ଆସିକା ପୋଲିସ ଏକ ଟିମ୍ ଗଠନ କରି ବ୍ୟାଟେରୀ ଚୋରକୁ ଧରିବା ପାଇଁ ଜାଲ ବିଛାଇ ଥିବା ବେଳେ ପ୍ରଥମେ ଦୁଇ ଭାଇଙ୍କୁ ଧରିଥିଲା ପୋଲିସ । ଏଥିସହ ତଦନ୍ତରେ ପ୍ରାୟ ୨୫୩ଟି ବ୍ୟାଟେରୀ ଅର୍ଥାତ ପ୍ରାୟ ୪୦ ଲକ୍ଷ ଟଙ୍କାର ବ୍ୟାଟେରୀକୁ ଜବତ କରିବାରେ ସଫଳ ହୋଇଛି ପୋଲିସ ।

ଖାଲି ସେତିକି ନୁହେଁ । ଚୋରା ବ୍ୟାଟେରୀ କିଣିଥିବା ଅଭିଯୋଗରେ ମଧ୍ୟ ପୋଲିସ ବ୍ରହ୍ମପୁର ଅଞ୍ଚଳର ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଗିରଫ ଅଭିଯୁକ୍ତମାନେ ପ୍ରଫେସନାଲ ବ୍ୟାଟେରୀ ଚୋର ବୋଲି ଆସିକା ଏସଡିପିଓ ସୂଚନା ଦେଇଛନ୍ତି । ଏପରିକି ଘଟଣାର ତଦନ୍ତ ମଧ୍ୟ ଚାଲିଥିବା ସେ କହିଛନ୍ତି । ତେବେ ଆଜିର ଏହି ଘଟଣା ପରେ ଅନ୍ୟ ବ୍ୟାଟେରୀ ଚୋରମାନଙ୍କ ମନରେ ଗିରଫ ଭୟ ଛନକା ପଶିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।