ଅପରାଧ ରାଜ୍ୟ

ଜମିବାଡି ବିବାଦରୁ ପେଟ୍ରୋଲ ଢାଳି ଜାଳିଦେଲେ ଘର, ମହିଳାଙ୍କୁ ଆକ୍ରମଣ ଅଭିଯୋଗ

କୋଣାର୍କ ୧୩।୬: ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରିଗାଁ ପଞ୍ଚାୟତରେ ଜମିବାଡ଼ି ବିବାଦକୁ ଉତ୍ତେଜନା । ସେହି ପଞ୍ଚାୟତର ଶ୍ରୀଚନ୍ଦନପୁର ଗାଁର କିଛି ଲୋକ ପେଟ୍ରୋଲ ଢାଳି ଶଙ୍କିଆପଦା ଗାଁର ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ଜାଳିଦେବା ସହ ତାଙ୍କ ବୋହୂଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସଂପୃକ୍ତ ବ୍ୟକ୍ତି ।

ଅଭିଯୋଗ ପରେ କାକଟପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି କାକଟପୁର ଚମ୍ପାହାର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏ ନେଇ ଏକ ମାମଲା ରୁଜୁ କରି କାକଟପୁର ପୋଲିସ ତଦନ୍ତ ଚଳାଇଛି । ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନଥିବା ସୂଚନା ରହିଛି । ଗୁରୁତର ଦୁଇ ଦୁଇ ମହିଳାଙ୍କୁ କାକଟପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।