ଅପରାଧ ରାଜ୍ୟ

ଭୋଜି କରିବାକୁ ଯାଇଥିଲେ, ଗାଁ ପଡିଆରୁ ମିଳିଲା ମୃତଦେହ

ଫୁଲବାଣୀ ୧୨।୦୬: ପଡିଆରେ ପଡିଛି ମୃତଦେହ । ମୃତକଙ୍କ ନାମ ଜଳେଶ୍ୱର ପ୍ରଧାନ ବୋଲି ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲୁପାଙ୍ଗ ଗାଁରେ ଥିବା ଏକ ପଡିଆରୁ ଜଳେଶ୍ୱରଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ଜଳେଶ୍ୱର ପ୍ରଧାନ ଓ କିଛି ବ୍ୟକ୍ତି ଦାରିଙ୍ଗବାଡି ପାଖ ପକାରୀ ଗାଁକୁ ଭୋଜି ଖାଇବାକୁ ଯାଇଥିଲା । କିନ୍ତୁ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ବିଳମ୍ବିତ ରାତି ଯାଏଁ ଘରକୁ ନେଫରିବା ଦେଖି, ପରିବାର ଲୋକ ବହୁତ ବ୍ୟସ୍ତ ହୋଇଥିଲେ । ଏପିରିକି ବିଭିନ୍ନ ସ୍ଥାନରେ ମଧ୍ୟ ଖୋଜାଖୋଜି କରିଥିଲେ । ସକାଳ ସମୟରେ ଘର ପାଖରେ ଥିବା ଖୋଲା ପଡିଆରୁ ଜଳେଶ୍ୱରଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ପରେ ଜି. ଉଦୟଗିରି ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଜଳେଶ୍ୱର ବିବାହିତ, ତାଙ୍କର ଚାରୋଟି ପୁଅ-ଝିଅ ଅଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।