କଟକ ୯।୬: ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି । ପ୍ରାୟ ୫ କୋଟି ସରକାରୀ ଅର୍ଥ ହେରଫେର ମାମଲାରେ ଯାଜପୁର ତହସିଲ ଆକାଉଣ୍ଟାଣ୍ଟ ରଜତ ରାଉତରାୟଙ୍କୁ ଭିଲିଲାନ୍ସ ଗିରଫ କରିଛି । ରଜତଙ୍କ ନାଁରେ ପ୍ରାୟ ୫ କୋଟି ଟଙ୍କାର ରାଜସ୍ବ ହରିଲୁଟ୍ ଅଭିଯୋଗ ହୋଇଛି । ରଜତ ସହ ପ୍ରାୟ ୨୦ ତହସିଲ କର୍ମଚାରୀ ସଂପୃକ୍ତ ଥିବା ଅଭିଯୋଗରେ ଦର୍ଶାଯାଇଛି ।
ତେବେ ରଜତ ପୂର୍ବରୁ ଚାକିରୀରୁ ବହିଷ୍କୃତ ହୋଇସାରିଛନ୍ତି । ମାମଲାରେ ପୂର୍ବତନ ତହସିଲଦାରଙ୍କ ସଂପୃକ୍ତି ଥିବା ମଧ୍ୟ ଅଭିଯୋଗ ରହିଛି । କିଛି ଅଭିଯୁକ୍ତ ଆଗୁଆ ଜାମିନ୍ ପାଇସାରିଛନ୍ତି ।