ଫିରିଙ୍ଗିଆ -କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଜାଜେଶପଙ୍ଗା ପଞ୍ଚାୟତ କୁମ୍ବାରପଦର ଗାଁର ସୁମାରୀ କହଁର । ଅସହାୟ ଗରିବ ବୁଡ଼ି ମାଁ ଚାଲିବାକୁ ବଳ ନାହିଁ । କିନ୍ତୁ ଦୁଃଖ ପରିତାପର ବିଷୟ ସରକାର ଙ୍କ ତରଫରୁ ପାଉଥିବା ଭତ୍ତା ତିନି ମାସ ହେବ ମିଳୁନଥିବା କହିଛନ୍ତି ଅସହାୟ ବୁଡି ମାଁ । ବୟସ ଅଧିକ ହୋଇ ଥିବା ରୁ ସଠିକ୍ ଭାବରେ ଚାଲି ପାରୁନଥିବା ରୁ ପଞ୍ଚାୟତ କାର୍ଯ୍ୟାଳୟ ଯିବା ତାଙ୍କ ପାଇଁ ଅସମ୍ଭବ ।

ଦିନ କୁ ଦିନ ରୋଗାକ୍ରାନ୍ତ ଯୋଗୁଁ ପଞ୍ଚାୟତ ଅଫିସ୍ ଯାଇ ଭତ୍ତା ଆଣିବା ଅସମ୍ଭବ ବୋଲି କହିଛନ୍ତି ସୁମାରୀ କହଁର । ଶେଷରେ ବାଧ୍ୟହୋଇ ନିଜ ଜୋଇଁ ଙ୍କୁ ଭତ୍ତା ଆଣିବା ପାଇଁ ପଠାଯାଇଥିଲା କିନ୍ତୁ ସରକାରି କର୍ମଚାରୀ ଭତ୍ତା ଦେବା ପାଇଁ ମନାକରି ଦେଇଥିଲେ । ନିଜେ ଆସିବା ପାଇଁ କହିଲେ । ଏଠି ପ୍ରଶ୍ନ ଉଠୁଛି ସରକାର ଙ୍କ ଯୋଜନା ଗରୀବ ଅସହାୟ ପରିବାରକୁ ମିଳୁଥିବା ବେଳେ ଅସହାୟ ବୁଡି ମାଁ ଙ୍କୁ ମିଳୁନି କାହିଁକି । ପରିବାର କହିଲେ ଏକୁଟିଆ ସ୍ବାମି ଚାଲିଯିବା ପରେ ଦୁଇ ଝିଅକୁ ବିବାହ ଦେବା ପରେ ସାହାଭରଷା କେହି ନାହିଁ । ସରକାରଙ୍କ ତରଫରୁ ୩୫ କିଲୋ ଚାଉଳ ଏପଟେ ୫୦୦ ଟଙ୍କା ଭତ୍ତା ଯାହାବି ମିଳୁଛି ସେତିକିରେ ଚଳି ଆସୁଥାଏ । କିନ୍ତୁ ବୟସ ଅଧିକ ହୋଇ ଥିବା ରୁ ସଠିକ୍ ଚାଲି ପାରନ୍ତି ନାହିଁ ୫୦୦ ଟଙ୍କା ଭତ୍ତା ମିଳୁଛି ସତ କିନ୍ତୁ ସରକାର ଙ୍କ ତରଫରୁ ଘରେ ପହଞ୍ଚି ଭତ୍ତା ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ବୁଡି ମାଁ ଙ୍କୁ ତିନି ମାସ ହେବ ମିଳୁନି ମିଳୁଥିବା ଭତ୍ତା କିନ୍ତୁ ଏଠି ଦୁଃଖ ଏତିକି ଚାଲିବା ତାଙ୍କ ପାଇଁ ଅସମ୍ଭବ । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଅସହାୟ ବୁଡି ମାଁ ଙ୍କୁ କିଭଳି ସଠିକ୍ ଭାବରେ ଘରେ ପହଞ୍ଚି ଭତ୍ତା ମିଳି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମ ବାସୀ ସାଧାରଣ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
