ଦେଶ ବିଦେଶ ମନୋରଞ୍ଜନ

ଜହିର ଇକବାଲଙ୍କ ସହ ବିବାହ ଖବର ଉପରେ ମୁହଁ ଖୋଲିଲେ ସୋନାକ୍ଷୀ, ତାଙ୍କ କହିବା ଷ୍ଟାଇଲରେ ଫ୍ୟାନ୍ସ ତାଜୁବ୍

ମୁମ୍ବାଇ ୦୯।୦୬ : ଜହିର ଇକବାଲଙ୍କ ସହ ସୋନାକ୍ଷୀଙ୍କ ବିବାହ ଖବରକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ଏହି ସମ୍ପର୍କ ପାଇଁ ଦବଙ୍ଗ ଗର୍ଲ ପୁଣିଥରେ ଆଲୋଚନାର ବିଷୟ ପାଲଟିଛି। ନିକଟରେ ଜହିର ଇକବାଲ ସୋନାକ୍ଷୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କୁ କହିଥିଲେ ଆଇ ଲଭ ୟୁ , ଯାହା ପରେ ସେମାନଙ୍କ ବିବାହର ଖବର ଜୋର ଧରିଛି । ହେଲେ ଏହି ସବୁକୁ ନେଇ ସୋନାକ୍ଷ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରିଛନ୍ତି, ଯାହା ତାଙ୍କ ବିବାହ ଖବର ଉପରେ ମୁହଁ ଖୋଲିଛନ୍ତି ।

ସୋନାକ୍ଷୀ ସିହ୍ନା ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ମଜାଦାର ଭିଡିଓ ସେୟାର କରିଛନ୍ତି । ଭିଡିଓରେ ଶାହାରୁଖ ଖାନଙ୍କ ଡାଏଲଗ୍‌କୁ ଅଭିନୟ କରି କହିଛନ୍ତି -ମୁଁ ଏହାକୁ ପସନ୍ଦ କରେ, ବହୁତ ମଜା ଲାଗେ… କିନ୍ତୁ

ଭିଡିଓରେ କ୍ୟାପସନ୍ ଲେଖା ହୋଇଛି – ଆପଣ ହାତ ଧୋଇ ମୋ ବିବାହ କରିବାକୁ ଚାହୁଁଛନ୍ତି? ଭିଡିଓ ସେୟାର କରି ଅଭିନେତ୍ରୀ ଲେଖିଛନ୍ତି -, ରୋକା, ମେହେନ୍ଦି, ସଂଗୀତ ସବୁ ଠିକ୍ ହୋଇ ଯାଇଛି, ପ୍ଲିଜ୍‌ ଏହା ବିଷୟରେ ବି ମୋତେ କହିଦିଅନ୍ତୁ । ବିବାହ ଖବର ଉପରେ ସୋନାକ୍ଷୀଙ୍କ ପ୍ରତିକ୍ରିୟା ପ୍ରଶଂସକମାନଙ୍କୁ ବହୁତ ମଜାଳିଆ ଲାଗୁଛି । ଏହାକୁ ଦେଖି ତାଙ୍କ ଫ୍ୟାନ୍ସ ଖୁବ୍‌ କମେଣ୍ଟ କରୁଛନ୍ତି । ଯାହା ଭାଇରାଲ୍‌ ହେଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ