ଖେଳ ରାଜ୍ୟ ସ୍ପେଶାଲ ରିପୋର୍ଟ

ବାରବାଟୀ ଦେଖିଛି ଟିମ୍ ଇଣ୍ଡିଆର ୧୦ ଅଧିନାୟକ, ଋଷଭ ପନ୍ତଙ୍କ ସ୍ୱାଗତ ଅପେକ୍ଷାରେ ଐତିହାସିକ ଷ୍ଟାଡିୟମ

କଟକ,୦୯/୦୬: ବାରବାଟୀ ଷ୍ଟାଡିୟମ୍‌ ଇତିହାସରେ ଭାରତୀୟ ଦଳର ଅନେକ ଅଧିନାୟକଙ୍କୁ ଦେଖିଛନ୍ତି କ୍ରିକେଟପ୍ରେମୀ । ୪୦ ବର୍ଷରେ ବାରବାଟୀ ଦେଖିଛି ୧୦ଜଣ ଭାରତୀୟ ଅଧିନାୟକଙ୍କୁ । ଏଥର ବି ସଂଯୋଗ କିଛି ସେହିଭଳି । ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଯୁବତାରକା ଋଷଭ ପନ୍ତ ‘ମେନ୍‌ ଇନ୍‌ ବ୍ଲୁ’ ର ନେତୃତ୍ୱ ନେବେ । ଆହତ ଜନିତ ସମସ୍ୟା ଯୋଗୁଁ କେ.ଏଲ୍‌.ରାହୁଲ ଦକ୍ଷିଣଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ଶୃଙ୍ଖଳାରୁ ଓହରିଯାଇଥିବା ପରେ ପନ୍ତଙ୍କୁ ଅଧିନାୟକ କରାଯାଇଛି ।

୧୯୮୨ ରୁ ୨୦୨୨ ପର୍ଯ୍ୟନ୍ତ ଦୀର୍ଘ ୪୦ ବର୍ଷର ଯାତ୍ରାରେ ବାରବାଟୀ ଷ୍ଟାଡିୟମ୍‌ ଅନେକ କିମ୍ବଦନ୍ତୀ ଭାରତୀୟ ଖେଳାଳିଙ୍କୁ ଅଧିନାୟକ ଭାବେ ଦେଖିଛି । ୧୯୮୨ ମସିହାରେ ବାରବାଟୀ ଇତିହାସର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଖେଳାଯାଇଥିଲା । ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚର ନେତୃତ୍ୱ ନେଇଥିଲେ ସୁନିଲ୍‌ ଗାଭାସ୍କର୍‌ । ଏଥିରେ ଭାରତ ବିଜୟୀ ହୋଇଥିଲା । ପରେ ୧୯୮୪ ରେ ପୁନର୍ବାର ଭାରତ ଇଂଲଣ୍ଡକୁ ବାରବାଟୀରେ ଭେଟିଥିଲା । ସେଥିରେ ବି ଅଧିନାୟକ ଥିଲେ ଗାଭାସ୍କର୍‌ । ୧୯୮୮ରେ ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ନେତୃତ୍ୱ ସମ୍ଭାଳିଥିଲେ ଦିଲ୍ଲୀପ ଭେଙ୍ଗସରକାର ।

୧୯୯୪ ମସିହା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲେ ମହମ୍ମଦ ଆଝାରୁଦ୍ଦିନ୍‌ । ପରେ ୧୯୯୬ରେ କେନିଆ ବିପକ୍ଷରେ ଏବଂ ୧୯୯୮ରେ ଜିମ୍ବାୱେ ବିପକ୍ଷରେ ଆଝାରୁଦ୍ଦିନ୍‌ ଭାରତ ଦଳର ନେତୃତ୍ୱ ନେଇଥିଲେ । ୨୦୦୦ ମସିହାରେ ଜିମ୍ବାୱେର ବାରବାଟୀ ଗସ୍ତରେ ସୌରଭ ଗାଙ୍ଗୁଲି ଭାରତୀୟ ଦଳର ଅଧିନାୟକ ଥିଲେ । ୨୦୦୨ରେ ମଧ୍ୟ ଗାଙ୍ଗୁଲି ଇଂଲଣ୍ଡ ବିପକ୍ଷରେ ଅଧିନାୟକ ଭାବେ ବାରବାଟୀ ମଇଦାନକୁ ଓହ୍ଲାଇଥିଲେ । ୨୦୦୩ରେ ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାରେ ରାହୁଲ ଦ୍ରାଭିଡ୍‌ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଥିଲେ । ସଂଯୋଗବଶତଃ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨୦୦୭ରେ ମଧ୍ୟ ରାହୁଲ ଅଧିନାୟକ ଭାବେ ନଜରକୁ ଆସିଥିଲେ । ୨୦୦୮ରେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱକୁ ଦେଖିଥିଲେ କ୍ରିକେଟପ୍ରେମୀ । ୨୦୦୯ ରେ ଶ୍ରୀଲଙ୍କା ବିପକ୍ଷରେ ଓ ୨୦୧୧ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିରେନ୍ଦ୍ର ସେହ୍ୱାଗ୍‌ଙ୍କୁ ନେତୃତ୍ୱଭାର ମିଳିଥିଲା । ୨୦୧୪ ରେ ଶ୍ରୀଲଙ୍କା ବିପକ୍ଷରେ ଅଧିନାୟକ ଭାବେ ନଜରକୁ ଆସିଥିଲେ ବିରାଟ କୋହଲି । ପରେ ୨୦୧୭ରେ ଇଂଲଣ୍ଡ ବିପକ୍ଷରେ, ୨୦୧୯ ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ବିରାଟଙ୍କୁ ଅଧିନାୟକ ଭାବେ ଦେଖିଥିଲେ ଓଡ଼ିଆ କ୍ରିକେଟପ୍ରେମୀ ।

ବାରବାଟୀରେ ଖେଳାଯାଇଥିବା ଦୁଇଟି ଟି-୨୦ ରେ ଭିନ୍ନଭିନ୍ନ ଅଧିନାୟକଙ୍କୁ ଦେଖିବାକୁ ମିଳିଥିଲା । ୨୦୧୫ରେ ଦକ୍ଷିଣଆଫ୍ରିକା ବିପକ୍ଷ ଟି-୨୦ ରେ ଧୋନି ଓ ୨୦୧୭ ରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ରେ ରୋହିତ ଅଧିନାୟକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସେହିପରି ୧୯୮୭ ମସିହାରେ କଟକରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ୍‌ରେ କିମ୍ବଦନ୍ତୀ କପିଲ୍‌ ଦେବ ଓ ୧୯୯୫ ରେ ମହମ୍ମଦ ଆଝାରୁଦ୍ଦିନ୍‌ ଭାରତୀୟ ଦଳର ଅଧିନାୟକ ଭାବେ ମଇଦାନକୁ ଓହ୍ଲାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ