ଅପରାଧ ରାଜ୍ୟ

ଖେଳୁ ଖେଳୁ ଚାଲିଗଲା ଜୀବନ, ମାଟି ଅତଡ଼ା ଖସି ଆଖିବୁଜିଲେ ୨ ଶିଶୁ

କେନ୍ଦ୍ରାପଡ଼ା ୦୯।୦୬ : କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣାରେ ଅଘଟଣ l ଖୋଳା ଚାଲିଥିବା ପୋଖରୀ ଭିତରେ ପଶି ଖେଳୁଥିବା ବେଳେ ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି l ପୁରା ଗାଁରେ ଶୋକାକୁଳ ପରିବେଶ ।

ଖବର ଅନୁଯାୟୀ, ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର , ଗୁରୁବାର ସକାଳୁ ଗାଁ ନିକଟରେ ଖୋଳା ଚାଲିଥିବା ଏକ ପୋଖରି ଭିତରେ ପଶି ଖେଳୁଥିଲେ l ଏହି ସମୟରେ ହଠାତ୍ ପୋଖରି ବନ୍ଧରୁ ମାଟି ଅତଡା ଧସି ଯାଇଥିଲା l ଫଳରେ ଉଭୟ ଶିଶୁ ସେହି ମାଟି ଅତଡା ତଳେ ରହିଯାଇଥିଲେ l ପରେ ଖୋଜାଖୋଜି କରିବାରୁ ଘଟଣା ସମ୍ପର୍କରେ ଜଣାପଡିଥିଲା l ମାଟିରୁ ଉଦ୍ଧାର କରି ଉଭୟ ଶିଶୁଙ୍କୁ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର୍ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।