ଖେଳ ଦେଶ ବିଦେଶ

କୋହଲିଙ୍କ ବିରାଟ ରେକର୍ଡ ଭାଙ୍ଗିଲେ ବାବର : ମାତ୍ର ୧୩ଟି ଇନିଂସରେ ପୂରଣ କଲେ ୧୦୦୦ ରନ୍

ନୂଆଦିଲ୍ଲୀ ୦୯/୦୬: ଭାଙ୍ଗିଲା କୋହଲିଙ୍କ ବିରାଟ ରେକର୍ଡ । ପାକିସ୍ତାନର ଷ୍ଟାର୍‌ ବ୍ୟାଟର୍‌ ବାବର ଆଜମ ଦିନିକିଆ କ୍ରିକେଟରେ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏହାସହ ସେ ଭାରତୀୟ ଦଳର ଷ୍ଟାର୍ ପ୍ଲେୟାର ବିରାଟ କୋହଲିଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି । ଅଧିନାୟକ ଭାବେ ଦିନିକିଆରେ ଏକ ହଜାର ରନ ପୂରଣ କରିବାରେ ଦ୍ରୁତ ବ୍ୟାଟର୍‌ ହୋଇଯାଇଛନ୍ତି ବାବର୍‌ ଆଜମ ।

ବୁଧବାର ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆର ପ୍ରଥମ ମ୍ୟାଚରେ ବାବର ୧୦୩ରନ କରିଥିଲେ । ଏହି ସ୍କୋର ସହ ସେ ସେ ବଡ ଉପଲବ୍ଧି ହାସଲ କରିଛନ୍ତି । ଅଧିନାୟକ ଭାବେ ମାତ୍ର ୧୩ଟି ଇନିଂସରୁ ବାବର୍‌ ଏକ ହଜାର ରନ ପୂରଣ କରିଛନ୍ତି । ଯାହା ଏକ ବଡ ରେକର୍ଡ ।

ତେବେ କୋହଲି ପୂର୍ବରୁ ୧୭ଟି ଇନିଂସ ଖେଳି ଏକ ହଜାର ରନ୍‌ ପୂରଣ କରିଥିଲେ । କିନ୍ତୁ ବାବର ଆଜମ୍‌ ମାତ୍ର ୧୩ଟି ଇନିଂସରୁ ହିଁ ଏହି ରେକର୍ଡ ହାସଲ କରିଛନ୍ତି । ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସ ୧୮ଟି ଇନିଂସ ଏବଂ ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ ୨୦ ଇନିଂସରୁ ଦ୍ରୁତ ୧ ହଜାର ରନ ପୂରଣ କରିଥିଲେ ।

କେବଳ ଏହି ଗୋଟିଏ ରେକର୍ଡ ନୁହେଁ, ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆରେ ଏକାଧିକ ରେକର୍ଡ କରିଛନ୍ତି ବାବର୍‌ ଆଜମ । ଲଗାତାର ତିନିଟି ମ୍ୟାଚରୁ ୩ଟି ଶତକ ହାସଲ କରିବାରେ ଏକମାତ୍ର ବ୍ୟାଟର୍‌ ହୋଇଯାଇଛନ୍ତି ଏହି ପାକିସ୍ତାନୀ ଷ୍ଟାର୍‌ ବ୍ୟାଟର । ଏହା ପୂର୍ବରୁ ମଧ୍ୟ ଏହି ରେକର୍ଡ ତାଙ୍କ ନାଁ ରେ ରହିଥିଲା । ୨୦୧୬ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜରେ ମଧ୍ୟ ସେ ଲଗାତାର ୩ଟି ଶତକ ହାସଲ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ