ଅପରାଧ ରାଜ୍ୟ

ପ୍ରତିଶ୍ରୁତି ରକ୍ଷା କଲେନି ଜିଲ୍ଲାପାଳ, ଧାରଣାରେ ବସିଲେ ଗ୍ରାମବାସୀ

ବୌଦ୍ଧ ୦୯/୦୬: ପ୍ରତିଶ୍ରୁତି ରକ୍ଷା କରି ପାରିଲେନି ଜିଲ୍ଲାପାଳ । ଶେଷରେ ଧାରଣାରେ ବସିଲେ ଗ୍ରାମବାସୀ । ନରେଗା ଯୋଜନରେ ରାସ୍ତା କାମ ରେ ଦୁର୍ନୀତି ଅଭିଯୋଗ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଠୁ ନେଇ ଜିଲ୍ଲାପାଳ ପର୍ଯ୍ୟନ୍ତ ଅଭିଯୋଗ କଲେବି ଫଳ ଶୁନ। ଶେଷରେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ ।

ଏହି ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ନରେଗା ଯୋଜନାରେ ୫ଲକ୍ଷ ଟଙ୍କାର ମାଟିକାମ ଆସିଥିଲା । ହେଲେ ଠିକାଦାର ମାଟି ମୁଠାଏ ମଧ୍ୟ ନ ପକାଇ ପୁରୁଣା ରାସ୍ତା କୁ ଦେଖାଇ ମିଥ୍ୟା ବିଲ କରି ନେଇଥିବା ଅଭିଯୋଗ ହୋଇଛି । ଠିକାଦାର ଏବଂ ବିଭାଗୀୟ ଅଧିକାରୀ ଟଙ୍କା ହଡପ କରିନେଇଥିବା ବେଳେ ଏଥିରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ତେବେ ଏନେଇ କଣ୍ଟାମାଲ ବିଡ଼ିଓ ଓ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ରାସ୍ତା କାମର ଦୁର୍ନୀତି କରିଥିବା ଅଧିକାରୀ ଙ୍କୁ ବହିଷ୍କାର ଦାବୀରେ ବିଭାଗୀୟ ଅଧିକାରୀ ଠୁ ଆରମ୍ଭ କରି ବୌଦ୍ଧ ଜିଲ୍ଲାପାଳ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଶେଷରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖୀନ ଧାରଣା ଦେଇଛନ୍ତି ଗ୍ରାମବାସୀ ।

ଏ ଦୁର୍ନୀତି ବିରୁଦ୍ଧରେ ଗ୍ରାମବାସୀ ମାନେ ୧୫ ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ୭ ଦିନ ମଧ୍ୟରେ ଏହାର ତଦନ୍ତ କରାଯାଇ ଏହାର ଉଚିତ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ହେଲେ ୧୫ ଦିନ ବିତି ଯାଇଥିଲେ ହେଁ ଏବେ ସୁଦ୍ଧା ଏହାର କୌଣସି ସମାଧାନ ନ ହେବାରୁ ଶେଷରେ ଗ୍ରାମର ଶତାଧିକ ଗ୍ରାମବାସୀ ନିରାଶ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୩ ଦିନ ହେଲା ଧାରଣାରେ ବସିଛନ୍ତି ।

ଯଦି ଏହାର ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ଧାରଣା ରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।