ଅପରାଧ ରାଜ୍ୟ

ଭୁବନେଶ୍ବରରେ କେନ୍ଦ୍ରାପଡାର ସୁପାରୀ କିଲର, ହତ୍ୟା ପୂର୍ବରୁ ମାଡିବସିଲା ପୋଲିସ

ଭୁବନେଶ୍ବର ୮।୬: ଭୁବନେଶ୍ବରରେ କେନ୍ଦ୍ରାପଡ଼ାର ସୁପାରୀ କିଲର । କମିଶନରେଟ୍ ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍ କବଜାରେ ତିନି ଜଣ ସୁପାରୀ କିଲର । ହତ୍ୟା ପୂର୍ବରୁ ମାଡ଼ିବସିଲା ପୋଲିସ । କେନ୍ଦ୍ରାପଡାରୁ ଦୁଇ ସୁପାରୀ କିଲରଙ୍କୁ ଭୁବନେଶ୍ବର ଡ଼କାଇ ହତ୍ୟା କରିବାକୁ ଷଡଯନ୍ତ୍ର ରରିଥିଲା ତୃତୀୟ କିଲର । ଏମାନଙ୍କ ନିକଟରୁ ୧୩ଟି ଜୀବନ୍ତ ଗୁଳି, ଦୁଇଟି ବନ୍ଧୁକ ଜବତ କରିଛି ପୋଲିସ । ଏମାନେ କେନ୍ଦ୍ରାପଡାରୁ ଭୁବନେଶ୍ବରକୁ ଆସି ହତ୍ୟା କରିଥାନ୍ତେ । ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ହୋଇଥିଲା ବ୍ଲୁପ୍ରିଣ୍ଟ ।

ବିକ୍ରମ ଓରଫ ଧର୍ମେନ୍ଦ୍ର ରାଉତ ଏବଂ ଦୀପୁ ଓରଫ ଦିପ୍ତୀରଞ୍ଜନ ଜେନା ଉଭୟଙ୍କୁ ସୁନ୍ଦରପଦା ଜେନା ସାହିରୁ ସନ୍ତୋଷ ମାର୍ଥା ଡ଼କାଇଥିଲା । ସନ୍ତୋଷ ମାର୍ଥାର କିଛି ବ୍ୟବସାୟିକ ଶତ୍ରୁତା ଥିବାରୁ ତାଙ୍କୁ ରାସ୍ତାରୁ ହଟାଇବାକୁ ଦୁଇ ସୁପାରୀ କିଲରଙ୍କୁ ଡକାଇଥିଲା । ଏକ ଧଳା ରଙ୍ଗର ବାଇକରେ ଆସୁଥିବା ଖବର ପାଇ ଜଟଣୀ ଅଞ୍ଚଳରୁ ପୋଲିସ କାବୁ କରିବାରେ ସକ୍ଷମ ହୋଇଛି । ଦୀପୁ ଓ ବିକ୍ରମ ନାଁରେ କେନ୍ଦ୍ରାପଡ଼ାରେ ଗୋଟିଏ ହତ୍ୟା ମାମଲା ରହିଥିଲା । ସେହିଦିନଠାରୁ ସେମାନେ ଫେରାର ଥିଲେ । କେନ୍ଦ୍ରାପଡା ପୋଲିସ ଓ କମିଶନରେଟ୍ ପୋଲିସ ମିଳିତ ଭାବେ ଏହି ସୁପାରୀ କିଲରଙ୍କୁ ନେଇ ଅଧିକ ତଦନ୍ତ କରିବ । ରିମାଣ୍ଡରେ ନେଇ ଏମାନଙ୍କ ନେଟଓ୍ବର୍କକୁ ଟ୍ରାକ୍ କରିବାକୁ ଚାଲିଛି ଯୋଜନା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।