ଭଦ୍ରକ ୦୮।୦୬: ଥାନାକୁ ଡାକିଲେ, ନ୍ୟାୟ ଆଶାରେ ବି ଗଲୁ । ହେଲେ ନ୍ୟାୟ ବଦଳରେ ଘଣ୍ଟା ଘଣ୍ଟା ଥାନାରେ ବସିଲୁ । ପ୍ରତିବାଦ କହିବାରୁ ପୋଲିସର ନାଲିଆଖି । କହିଲେ ଯେମିତି ଆସିଥିଲୁ , ସେମିତି ଝିଅଙ୍କୁ ନେଇକି ଯାଅ । ନେହଲେ ୩ ମାସ ଯାଏଁ ଥାନାରେ ଠୁଙ୍କି ଦେବୁ ବୋଲି ପୋଲିସ କହିଥିବା ଅଭିଯୋଗ ଆସିଛି । ଯାହାକି ପୁରା ଅଞ୍ଚଳରେ ଏବେ ଚର୍ଚ୍ଚାରେ ବିଷୟ । ଭଦ୍ରକ ଜିଲ୍ଲା ଧାମନଗର ଥାନା ବୁଡାକୁଟି ଗାଁରେ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୁଡାକୁଟି ଗାଁର ମହେନ୍ଦ୍ର ମଳିକଙ୍କ ପରିବାରରେ ତିନି ଝିଅ ଓ ସ୍ତ୍ରୀ ଘରେ ରହୁହନ୍ତି । ମହେନ୍ଦ୍ର ରାଜ୍ୟ ବାହାରେ ରହି କାମ କରନ୍ତି । ପୁଅ ମଧ୍ୟ ଅନ୍ୟସ୍ଥାନରେ କାମ କରନ୍ତି । ମହେନ୍ଦ୍ରଙ୍କ ସ୍ତ୍ରୀ ବନ୍ଧୁ ଘରକୁ ଯାଇଥିବା ବେଳେ ତାଙ୍କର ଦୁଇ ନାବାଳିକା ଝିଅ ଦୁଇ ନାବାଳକ ପ୍ରେମିକଙ୍କୁ ଘରକୁ ଡାକିଥିଲେ । ଗାଁ ଲୋକେ ଖବର ପାଇ ତାଙ୍କ ପୁଅ ଓ ସ୍ତ୍ରୀ ଙ୍କୁ ଖବର ଦେଇଥିଲେ । ଘରେ ପହଞ୍ଚି ଦୁଇ ନାବାଳକଙ୍କୁ ଘରେ ବାନ୍ଧିଥିଲେ । ଖବର ପାଇ ପହଞ୍ଚିଥିଲା ଧାମନଗର ପୋଲିସ । ଦୁଇ ନାବାଳିକା ଓ ଦୁଇ ନାବାଳକ ପ୍ରେମିକଙ୍କୁ ଥାନାକୁ ନେଇଥିଲା । କିନ୍ତୁ ଥାନାରେ ଦୁଇ ନାବାଳକଙ୍କୁ ପୋଲିସ ଛାଡି ଦେଇଥିବା ସହ ନାବାଳିକାଙ୍କ ପରିବାରକୁ ଧାମନଗର ଥାନାର ମହିଳା ଏସଆଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ତେବେ ୪ ଜଣଙ୍କୁ ଥାନାକୁ ଆଣିବା ପରେ ନାବାଳିକା ଦୁଇଜଣଙ୍କୁ ଘର ଲୋକଙ୍କ ହେପାଜତରେ ଛାଡିଥିଲା ପୋଲିସ । କିନ୍ତୁ ଘଟଣାର ଟୁଇଷ୍ଟ ସେତେବେଳେ ଆସିଲା । ଯେତେବେଳେ ରାତିରେ ଦୁଇ ନାବାଳିକା ନିଜ ପରିବାର ଲୋକଙ୍କୁ ଶୋଇଥିବା ଅବସ୍ଥାରେ ବାହାର ପଟୁ ତାଲା ପକାଇ ଫେରାର ହୋଇଯାଇଥିଲେ । ପରେ ନାବାଳକଙ୍କ ଘର ସମ୍ମୁଖରେ ଦୁଇ ଭଉଣୀ ବିବାହ ପାଇଁ ଜିଦ୍ ଧରି ବସିଥିଲେ । କିନ୍ତୁ ଉଭୟ ପ୍ରେମିକ ଓ ପ୍ରେମିକା ନାବାଳକ ହୋଇଥିବାରୁ ଧୂଷୁରି ପୋଲିସ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ସ୍ୱଧାର ଗୃହକୁ ପଠାଇଥିବା ସୂଚନା ମିଳିଛି ।
ସେହିପରି ଧାମନଗର ଥାନାର ମହିଳା ଏସଆଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପିରିକ ତାଙ୍କୁ ରାତି ୮ଟାରୁ ୧୨ ଯାଏଁ ଥାନାରେ ବସାଇଥିଲେ । କିନ୍ତୁ କିଛି ନ୍ୟାୟ ମିଳିନାହିଁ । ଏପିରିକି ଦୁଇ ନାବାଳକଙ୍କୁ ଛାଡି ଦେଇଥିବା ଅଭିଯୋଗ ଆଣି ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକେ । ଘଟଣାକୁ ନେଇ ପୋଲିସ କୌଣସି ପ୍ରତିକ୍ରିୟା ଦେଇନଥିବା ବେଳେ ମହିଳା ଏସଆଇଙ୍କ କହିଛନ୍ତି ଯେ ଥାନାରେ ନାବାଳିକାଙ୍କ ପରିବାର ଲିଖିତ ଏତଲା ଦେଇନାହାନ୍ତି । ଦୁର୍ବ୍ୟବହାର ଅଭିଯୋଗରେ ସିସିଟିଭ ସତ କହିବ ବୋଲି କହିଛନ୍ତି ।