ଦେଶ ବିଦେଶ ସ୍ୱାସ୍ଥ୍ୟ

ଔଷଧରେ ଭଲ ହେଉଛି କ୍ୟାନସର, ସୁସ୍ଥ ହେଲେ ୧୮ ଜଣ

ନୂଆଦିଲ୍ଲୀ ୦୮/୦୬; ମାରାତ୍ମକ ରୋଗ କ୍ୟାନସର। ଏହାର ଚିକିତ୍ସା ପଦ୍ଧତି ଜଟିଳ। ଅଧିକାଂଶ ସମୟରେ ଚିକିତ୍ସା ସତ୍ତେ ବି ଏହି ରୋଗରୁ ମୁକ୍ତି ପାଇବା କଷ୍ଟକର ହୋଇପଡେ। ହେଲେ ଏବେ ଔଷଧ ଦ୍ବାରା ହୋଇପାରୁଛି ଏହି ମାରାତ୍ମକ ରୋଗର ଚିକିତ୍ସା। ନ୍ୟୁୟର୍କରେ ରେକ୍ଟାଲ କ୍ୟାନସର ଚିକିତ୍ସା ପାଇଁ ପ୍ରସ୍ତୁତ ହୋଇଥିବା ଔଷଧର ପ୍ରାଥମିକ ପରୀକ୍ଷଣରୁ ଏଭଳି ଖବର ଆସିଛି ।
ଏହି ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ସମସ୍ତ ୧୮ଜଣ କ୍ୟାନସରରୁ ମୁକ୍ତି ପାଇଥିବା କୁହାଯାଉଛି । କ୍ୟାନସରରୁ ମୁକ୍ତି ଦେଉଥିବା ଔଷଧର ନାଁ ଡୋଷ୍ଟାରଲିମାବ୍ । ଏହି ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା। ୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ନ୍ୟୁୟର୍କ ମେମୋରିଆଲ ସ୍ଲୋଅନ୍ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ୍ ଏ ଡିଆଜ୍ ଜେ କହିଛନ୍ତି, ସମ୍ଭବତଃ କ୍ୟାନସର ଟ୍ରିଟମେଣ୍ଟ ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି ।
କ୍ୟାନସର ରୋଗୀଙ୍କ ଚିକିତ୍ସା ପଦ୍ଧତି ଜଟିଳ। କେମୋଥେରାପି, ଅସ୍ତ୍ରୋପଚାର ଓ ବିକିରଣ ଭଳି ପଦ୍ଧତି ଦ୍ବାରା ଏହାର ଚିକିତ୍ସା ହୋଇଥାଏ। ତେବେ ଡୋଷ୍ଟାରଲିମାବ୍ ଔଷଧ ଟ୍ରାଏଲରେ ସାମିଲ ହୋଇଥିବା ଲୋକଙ୍କୁ ପ୍ରାଥମିକ ଭାବେ ଏହି ଔଷଧ ଦିଆଯାଇଥିଲା । ଏହି ଔଷଧ ବ୍ୟବହାର ପରେ ସେମାନଙ୍କୁ ଆଉ ଅନ୍ୟ ଚିକିତ୍ସାର ଆବଶ୍ୟକତା ପଡିନାହିଁ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ