ଅପରାଧ ଦେଶ ବିଦେଶ

ଦିନକ ପରେ କନିଆ ସାଜିବେ ନୟନ୍ତରା, ୬ବର୍ଷ ଧରି ନିର୍ଦ୍ଦେଶକଙ୍କୁ କରୁଛନ୍ତି ଡେଟ୍‌

ମୁମ୍ବାଇ ୦୮।୦୬: ସାଉଥର ଶ୍ରେଷ୍ଠ ଅଭିନେତ୍ରୀଙ୍କ ନାମ କଥା କହିଲେ ସେହି ତାଲିକାରେ ନୟନ୍ତରାଙ୍କ ନାମ ଆସିବ। ବଡ ବଡ କଳାକାରଙ୍କ ସହ କାମ କରିଥିବା ନୟନ୍ତରା ଦୀର୍ଘ ଦିନ ଧରି ଇଣ୍ଡଷ୍ଟ୍ରିରେ କାମ କରିଥିଲେ ଏବଂ ବର୍ତ୍ତମାନ ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନିକଟରେ ତାଙ୍କର ବିବାହ ତାରିଖ ଘୋଷଣା କରାଯାଇଛି। କୁହାଯାଉଛି ଜୁନ୍ ୯ରେ ନୟନ୍ତରା ନିର୍ଦ୍ଦେଶକ ବିଗ୍ନେଶଙ୍କୁ ବିବାହ କରିବେ।

ସାଉଥର ମହାବାଲିପୁରର ଏକ ରିସୋର୍ଟରେ ଏହି ଗ୍ରାଣ୍ଡ ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଯେଉଁଥିରେ ଦେଶର ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଏଥିରେ ସାମିଲ ହେବେ। ବର ଏବଂ କନ୍ୟା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ସହ ତାଙ୍କ ବଡ ବଡ କଳାକାରମାନଙ୍କୁ ଏହି ବିବାହ ନିମନ୍ତ୍ରଣ କରିଛନ୍ତି। ଯେଉଁଥିରୁ ଏହା ସ୍ପଷ୍ଟ ଯେ ଏହି ବିବାହ ହାଇ ପ୍ରୋଫାଇଲ୍ ହେବାକୁ ଯାଉଛି।

କହିବାକୁ ଗଲେ ନୟନ୍ତରା ଏବଂ ବିଗ୍ନେଶ ଗତ ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ। ସେମାନଙ୍କର ପ୍ରେମ କାହାଣୀ ବିଷୟରେ କହିବାକୁ ଗଲେ ଉଭୟ ଏକାଠି କାମ କରିଥିଲେ ଏବଂ ପରେ ସେମାନେ ସେମାନେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲେ । ଗତ ବର୍ଷ ଦୁହେଁ ନିର୍ବନ୍ଧ କରିଥିଲେ । ଉଭୟ ଜୁନ୍ ୯ରେ ବିବାହ କରିବା ନେଇ ତାରିଖ ଘୋଷଣା କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ