ଦେଶ ବିଦେଶ ମନୋରଞ୍ଜନ

ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ କଙ୍ଗନା, କହିଲେ-ଆମ ଦେଶ ଆଫଗାନିସ୍ତାନ ନୁହେଁ

ଆଦିଲ୍ଲୀ ୦୮।୦୬: ବିଜେପି ଅର୍ଥାତ୍ ଭାରତୀୟ ଜନତା ପାର୍ଟି ପେଗମ୍ବର ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ରାଷ୍ଟ୍ରୀୟ ମୁଖପାତ୍ର ନୁପୁର ଶର୍ମାଙ୍କୁ ନିଲମ୍ବିତ କରାଯାଇଛି। ଏହି ପ୍ରସଙ୍ଗରେ ବଢୁଥିବା ସମସ୍ୟାକୁ ଦେଖି ନୁପୁର ମଧ୍ୟ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା ମାଗିଛନ୍ତି। କିନ୍ତୁ ଏହି ସମୟରେ କଙ୍ଗନା ନୁପୁରଙ୍କୁ ସମର୍ଥନ କରିଛନ୍ତି।

ନିକଟରେ ଏକ ଡିବେଟ୍‌ ଶୋ’ରେ ନୁପୁର ଶର୍ମା ମହମ୍ମଦଙ୍କ ଉପରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ଯାହା ପରେ କେବଳ ମୁସଲମାନ ସମ୍ପ୍ରଦାୟ ନୁହେଁ ଆରବ ଦେଶର ଲୋକମାନେ ମଧ୍ୟ ନୁପୁର ଶର୍ମାଙ୍କ ଏହି ବିବୃତ୍ତିକୁ ବିରୋଧ କରୁଛନ୍ତି। ବର୍ତ୍ତମାନ କଙ୍ଗନା ରାନାୱତ ଏହି ଘଟଣାରେ ନୁପୁର ଶର୍ମାଙ୍କୁ ସମର୍ଥନ କରି କହିଛନ୍ତି କି ସେ ମଧ୍ୟ ନିଜର ମତ ପ୍ରକାଶ କରିବାର ଅଧିକାର ପାଇଛନ୍ତି। ତାଙ୍କର ହକ୍‌ ଅଛି କହିବାକୁ।

ମୁଁ ଦେଖୁଛି ତାଙ୍କୁ ସମସ୍ତ ପ୍ରକାରର ଅପମାନ ଓ ଧମକ ଦିଆଯାଉଛି । କିନ୍ତୁ ସେମାନେ ପ୍ରାୟତଃ ପ୍ରତ୍ୟେକ ଦିନ ହିନ୍ଦୁ ଦେବତାଙ୍କୁ ଅପମାନ କରୁଛନ୍ତି ତାହାଲେ କଣ ଆମେ କୋର୍ଟକୁ ଯାଉଛୁ। ଏହା ଆଫଗାନିସ୍ତାନ ନୁହେଁ । ଆମର ପାଖରେ ଏକ ସରକାର ଅଛି, ଯାହା ଗଣତନ୍ତ୍ର ନାମକ ଏକ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ହୁଏ । ଯେଉଁମାନେ ଏହାକୁ ଭୁଲି ଯାଇଛନ୍ତି ସେମାନଙ୍କ ପାଇଁ ରିମାଇଣ୍ଡର କରୁଛି।

କଙ୍ଗନାଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ନିକଟରେ ଫିଲ୍ମ ‘ଧାକଡ’ ରିଲିଜ ହୋଇଛି। ଯାହା ବକ୍ସ ଅଫିସରେ ଫ୍ଲଫ୍‌ ହୋଇଥିଲା । ଅଭିନେତ୍ରୀଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ସେ ଖୁବ୍ ଶୀଘ୍ର ‘ତେଜସ୍’, ‘ସୀତା’ ଏବ ‘ମାଣିକର୍ଣ୍ଣିକା ରିଟର୍ନସ୍’ରେ ନଜର ଆସିବେ। ଏହା ବ୍ୟତୀତ କଙ୍ଗନା ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଏମଜନସି’ର ପାଇଁ ସୁଟିଂ ଆରମ୍ଭ କରିଛନ୍ତି । ଯେଉଁଥିରେ ତାଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭୂମିକାରେ ଦେଖିବାକୁ ମିଳିବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ