ଅପରାଧ ରାଜ୍ୟ

ଅବକାରୀ ବିଭାଗର ଚଢାଉ : ଶହେ ଲିଟରରୁ ଅଧିକ ଦେଶୀ ରନ୍ଧା ମଦ ଜବତ, ୪ ଗିରଫ

ଭଦ୍ରକ ୦୮।୦୬ : ଭଦ୍ରକ ଅବକାରୀ ବିଭାଗର ସ୍ୱତନ୍ତ୍ର ଟିମ୍‌ର ଚଢାଉ । ୧୦୦ ଲିଟରରୁ ଅଧିକ ଦେଶୀ ରନ୍ଧା ଜବତ ସହ ୪ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ଅବକାରୀ ବିଭାଗ ।

ଖବର ଅନୁଯାୟୀ, ଭଦ୍ରକ ଅବକାରୀ ନିରୀକ୍ଷକ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ଏହି ସ୍ୱତନ୍ତ୍ର ଟିମ ଦ୍ୱାରା ଧୂଷୁରୀ ଥାନା ଅଧିନ ସହିଦନଗର, ଲୁଣିଆ, ମଙ୍ଗଳପୁର, ସରପୁର, ଅସୁରାଳୀ ବଜାର, ଗୁଡ଼ୁପୋଖରୀ ଓ ସୟଦ ଜାଫର ଆଦି ଅଞ୍ଚଳରେ ଚଢାଉ କରାଯାଇଛି । ଚଢ଼ାଉ ବେଳେ ୧୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି ।

ତେବେ ମଦ ଜବତ ସହ ଏଥିରେ ସମ୍ପୃକ୍ତି ଥିବା ୪ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଧୂଷୁରୀ ଥାନା ସହିଦନଗର ଗ୍ରାମର ଗଜେନ୍ଦ୍ର ଜେନା, କୋରୁଆ ଗ୍ରାମର ସୁଶାନ୍ତ ମଳିକ, ହଂସପୁର ଗାଁର ଦେବରାଜ ରାଉତ ଓ ସୟଦ ଜାଫର ଗ୍ରାମର ବଳରାମ ମଳିକ ବୋଲି ଅବକାରୀ ବିଭାଗ ତରଫରୁ ସୂଚନା ମିଳିଛି । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୪ଟି ମାମଲା ରୁଜୁ କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।