ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ପୁଣି ବଢିଲା କରୋନା ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୫୨୩୩ ସଂକ୍ରମିତ

ନୂଆଦିଲ୍ଲୀ ୦୮।୦୬: ଦେଶରେ ଆଜି ପୁଣି ବଢିଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୨୩୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜିର କରୋନା ମୃତ୍ଯୁକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୭୧୫କୁ ବୃଦ୍ଧି ପାଇଛି ।

ସେହିପରି ୩ ହଜାର ୩୪୫ ଜଣ ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ୨୮ ହଜାର ୮୫୭ ଜଣ ସକ୍ରିୟ ମମଲା ରହିଛି । ୫ ରାଜ୍ୟ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ତା ମିଲନାଡୁ ଏବଂ ଦିଲ୍ଲୀରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି। ବିଶେଷ କରି କେରଳ ଏବଂ ମହାରାଷ୍ଟ୍ର ସଂକ୍ରମଣ ପାଇଁ ଦେଶରେ ସଂକ୍ରମଣ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ଲଗାତାର ୬ ଦିନ ଧରି ଦୈନିକ ସଂକ୍ରମଣ ୧ ହଜାର ଉପରେ ରହିଛି।

ସଂକ୍ରମଣ ମାମଲା ହଠାତ୍ ବୃଦ୍ଧି ପାଇବାରୁ ଖୋଲା ସ୍ଥାନ ବ୍ୟତୀତ ବାକି ସମସ୍ତ ସର୍ବସାଧାରଣସ୍ଥାନଗୁଡ଼ିକରେ ମାସ୍କ୍ ପରିଧାନ କରିବା ପାଇଁ ମହାରାଷ୍ଟ୍ର ସରକାର ନାଗରିକମାନଙ୍କ ନିମନ୍ତେ ଆଦେଶ ଜାରି କରିଛନ୍ତି । ଟ୍ରେନ୍ , ବସ୍ , ସିନେମା, ଅଡିଟରିୟମ୍ , ଅଫିସ୍, ହସ୍ପିଟାଲ୍ , କଲେଜ, ସ୍କୁଲ୍ ଆଦି ଆବଦ୍ଧ ସର୍ବସାଧାରଣ ସ୍ଥାନଗୁଡ଼ିକରେ ମାସ୍କ୍ ପିନ୍ଧିବା ‍ପାଇଁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ