ଭଦ୍ରକ ୭।୬: ନିଜ ଦାବି ପୂରଣ ପାଇଁ ଗେଟ୍ ଡେଇଁଲେ, ପୋଲିସ ସହ ଧସ୍ତାଧସ୍ତି ହେଲେ । ଶେଷରେ ପୋଲିସ ବୁଝାଇବାରୁ ଗେଟ୍ ବାହାରକୁ ଗଲେ ମହିଳା । ଏଭଳି ଦୃଶ୍ୟ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଖିବାକୁ ମିଳିଛି ।
ଭଦ୍ରକ ଜିଲ୍ଲାର ସାଳନ୍ଦୀ ସହର ସ୍ତରୀୟ ମହାସଂଘ (CLF) ପକ୍ଷରୁ ୧୦ଦଫା ଦାବି ନେଇ ସହରରେ ଶୋଭାଯାତ୍ର ସହ ଜିଲ୍ଲାପାଳଙ୍କ ଅଫିସ ଘେରାଉ କାର୍ଯ୍ୟକ୍ରମ ଥିଲା । ପ୍ରତିବାଦ ବେଳେ ମହିଳାମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ କହିଥିଲେ । କିନ୍ତୁ ପୋଲିସ ଅନୁମତି ନ ଦେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ଉଦ୍ୟମ କରିଥିଲେ । କେତେକ ମହିଳା ଗେଟ୍ ଚଢି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ଦୌଡ଼ି ଦୌଡ଼ି ଅଫିସ ନିକଟକୁ ପଳାଇଥିଲେ । ତେବେ ପଶିବ ବେଳେ ପୋଲିସ କାବୁ କରିବା ପାଇଁ ଚେଷ୍ଟା କରିଥିଲା ।