ଧର୍ମ

ରାହୁ କେତୁଙ୍କୁ ପ୍ରସନ୍ନ କରିବାକୁ ଭଗବାନ ଶିବଙ୍କୁ କରନ୍ତୁ ଆରାଧନା : ସବୁ କଷ୍ଟରୁ ମିଳିବ ମୁକ୍ତି

ଭୁବନେଶ୍ୱର : କୁଣ୍ଡଳୀରେ ସମସ୍ତ ଗ୍ରହ ନକ୍ଷତ୍ରଙ୍କର ଭିନ୍ନ ଭିନ୍ନ ପ୍ରଭାବ ପଡିଥାଏ | କେଉଁ ଗ୍ରହ ଭଲ ସମୟ ନେଇ ଆସିଥାନ୍ତି ତ କେଉଁ ଗ୍ରହ ଖରାପ ସମୟ ନେଇ ଆସିଥାନ୍ତି | ଯଦି କୁଣ୍ଡଳୀରେ ରାହୁ କେତୁ ପ୍ରବେଶ କରିଥାନ୍ତି ତାହେଲେ ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ | କିନ୍ତୁ ଯଦି ରାହୁ କେତୁ କାହା ଉପରେ ପ୍ରସନ୍ନ ହୁଅନ୍ତି ତାହେଲେ ସବୁ ପ୍ରକାର ସୁଖ ସୁବିଧା ପ୍ରାପ୍ତ ହୋଇଥାଏ | ଶାସ୍ତ୍ରରେ କୁହାଯାଇଛି ଯେ, ଯେତେବେଳେ ସମସ୍ତ ଗ୍ରହ ରାହୁ କେତୁ ମଧ୍ୟକୁ ଆସନ୍ତୁ ସେତେବେଳେ କାଳସର୍ପ ଯୋଗ ହୋଇଥାଏ | ମାତା-ପିତାଙ୍କ ସେବା କରୁଥିବା ବ୍ୟକ୍ତିଙ୍କୁ କେବେ କାଳସର୍ପ ଦୋଷ କଷ୍ଟ ଦେଇନଥାଏ | ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ ଥାଏ ସେମାନଙ୍କୁ କାଳସର୍ପ ଦୋଷ ଶାନ୍ତିପୂଜା କରାଇବା ଉଚିତ | ରାହୁ ଗ୍ରହ ଭଗବାନ ଶିବଙ୍କ ପରମ ଭକ୍ତ | ସେଥିପାଇଁ ରାହୁଙ୍କୁ ଶାନ୍ତ କରିବାକୁ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ |

ରାହୁ କେତୁ ପ୍ରକୋପରୁ ରକ୍ଷା ପାଇବା ପାଇଁ ସୋମବାର ବ୍ରତ କରିବା ଉଚିତ ଏବଂ ଶିବଙ୍କୁ ଆରାଧନା କରିବା ଉଚିତ | ସନ୍ଧ୍ୟା ସମୟରେ ଭଗବାନ ଶିବଙ୍କ ପାଖରେ ଦୀପ ଜଳାଇ ଆରାଧନା କରିବା ଉଚିତ | ଧଳା ଭୋଗ ଯେପରିକି କ୍ଷୀରି, ମିଠା, କ୍ଷୀରରେ ତିଆରି ପଦାର୍ଥ ଭୋଗ କରିବା ଉଚିତ | ଯଦି ରାହୁ ମହାଦଶା ଚାଲିଛି ଏବଂ ସୂର୍ଯ୍ୟ, ଚନ୍ଦ୍ର ତଥା ମଙ୍ଗଳଙ୍କ ଅନ୍ତର ଆପଣଙ୍କୁ କଷ୍ଟ ଦେଉଛନ୍ତି ତାହେଲେ ପ୍ରତିଦିନ ଭଗବାନ ଶିବଙ୍କୁ ବେଲ ପତ୍ର ଅର୍ପଣ କରି କଞ୍ଚା କ୍ଷୀରରେ ଅଭିଷେକ କରିବା ଉଚିତ |

ଯଦି ଆପଣଙ୍କ ଜନ୍ମାଙ୍କରେ ରାହୁ ଗ୍ରହ ଚନ୍ଦ୍ର, ସୂର୍ଯ୍ୟଙ୍କୁ ଦୂଷିତ କରୁଛି ତାହେଲେ ବ୍ୟକ୍ତିଙ୍କୁ ଶ୍ରଦ୍ଧାର ସହ ଭଗବାନ ଶିବଙ୍କୁ ଆରାଧନା କରିବା ଉଚିତ | ରାହୁ ଗ୍ରହକୁ ଶାନ୍ତ କରିବାକୁ ଶିବ ପୁରାଣ ପାଠ କରିବା ଉଚିତ | ଶିବଙ୍କ ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ | ଏହାଦ୍ୱାରା ସବୁ ପ୍ରକାର କଷ୍ଟରୁ ମୁକ୍ତି ମିଳିଥାଏ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ