ଅପରାଧ ଦେଶ ବିଦେଶ

ରୋଡ୍‌ ରେଜ୍‌ ମାମଲାରେ ସଜା କାଟୁଥିବା ନବଜୋତ ସିଂହ ସିଦ୍ଧୁ ଚଣ୍ଡୀଗଡ଼ ପିଜିଆଇ ଡାକ୍ତରଖାନାରେ ଭର୍ତ୍ତି

ଚଣ୍ଡୀଗଡ଼ ୦୬/୦୬ : ରୋଡ୍‌ ରେଜ୍‌ ମାମଲାରେ ପଟିଆଲା କେନ୍ଦ୍ରୀୟ କାରାଗାରରେ ବନ୍ଦିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କର ସୋମବାର ସ୍ୱାସ୍ଥ୍ୟାବସ୍ତା ବିଗିଡ଼ିବାରୁ ତାଙ୍କୁ ପିଜିଆଇଏମଇଆର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଲିଭର ସମସ୍ୟା ପାଇଁ ସିଦ୍ଧୁଙ୍କୁ ଚଣ୍ଡିଗଡ଼ ପୋଷ୍ଟ ଗ୍ରାଜୁଏଟ ଇନିଷ୍ଟିଚ୍ୟୁଟ ଅଫ ମେଡ଼ିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚରେ ଭର୍ତ୍ତି କରାଯାଇଛି। ଡାକ୍ତରମାନେ ଏବେ ସିଦ୍ଧୁଙ୍କର ସ୍ୱାସ୍ଥ୍ୟର ପରୀକ୍ଷା ନିରିକ୍ଷା କରୁଛନ୍ତି। ଉଲ୍ଲେଖଯୋଗ୍ୟଯେ, ୧୯୮୮ ମସିହାର ରୋଡ ରେଜ୍‌ ମାମଲାରେ ଅଦାଲତ ସିଦ୍ଧୁଙ୍କୁ ଗୋଟିଏ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ଚଳିତବର୍ଷ ମେ ୨୦ରେ ଅଦାଲତରେ ଆତ୍ମସମର୍ପଣ କରିଥିଲେ।ପରେ ତାଙ୍କୁ ପଟିଆଲା କେନ୍ଦ୍ରୀୟ କାରାଗାରକୁ ପଠାଇ ଦିଆଯାଇଥିଲା ।

ଗତ ଦୁଇ ସପ୍ତାହ ପୂର୍ବରୁ ସିଦ୍ଧୁଙ୍କ ସ୍ୱାସ୍ଥ୍ୟାବସ୍ତା ପରୀକ୍ଷା କରିବା ପାଇଁ ପଟିଆଲାର ରାଜିନ୍ଦର ଡାକ୍ତରଖାନାକୁ ନିଆ ଯାଇଥିଲା। ସିଦ୍ଧୁଙ୍କ ଓକିଲ ଏଚପିସି ବର୍ମାଙ୍କ ଅନୁସାରେ ସିଦ୍ଧୁ କାରାଗାରରେ ବିଶେଷ ଖାଦ୍ୟ ଖାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ। ସେ କହିଥିଲେଯେ ସିଦ୍ଧୁ ଗହମ, ଚିନି, ମଇଦା, ଭଳି ଖାଦ୍ୟ ଖାଆନ୍ତି ନାହିଁ। ବର୍ମାଙ୍କ ଅନୁସାରେ ସିଦ୍ଧୁ ଜାମୁ, ଅମୃତଭଣ୍ଡା, ଅମୃଦ, ଡବଲ ଟୋନ୍ଡ ଖିର ଖାଇପାରିବେ। ଯେଉଁ ଖାଦ୍ୟରେ କାର୍ବୋହାଇଟ୍ରେଡ୍‌ ଓ ଫାଇବର ନଥିବ ସିଦ୍ଧୁ କେବଳ ସେହି ଖାଦ୍ୟ ଖାଇବେ ସେ କହିଥିଲେ।

ସୂଚନାଅନୁସାରେ, ସିଦ୍ଧୁ ଏମ୍ୱୋଲିଜିମ୍‌ ନାମକ ରୋଗରେ ପୀଡ଼ିତ ଅଛନ୍ତି। ଏହା ସହିତ ତାଙ୍କର ଲିଭର ସମସ୍ୟା ମଧ୍ୟ ରହିଛି। ସିଦ୍ଧୁ ୨୦୧୫ ମସିହାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଏକ୍ୟୁଟ ଡିପ୍‌ ବେନ୍‌ ଥ୍ରୋମ୍ୱୋସିସ୍‌ (ଡିବିଟି) ନାମକ ରୋଗର ଚିକିତ୍ସା କରାଇଥିଲେ। ଡିବିଟି ଏପରି ଏକ ରୋଗ ଯେଉଁଥିରେ ଶରୀର ଶିରା ପ୍ରସିରାରେ ରକ୍ତ ଜମାଟ ହୋଇଯାଏ ଓ ରକ୍ତ ଚଳପ୍ରଚଳରେ ଅସୁବିଧା ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ