ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁଏଇରେ ଧରାପଡିଲେ ଗୁପ୍ତା ବ୍ରଦର୍ସ, ଦକ୍ଷିଣ ଆଫ୍ରିକାରୁ ହୋଇଯାଇଥିଲେ ଫେରାର

ନୂଆଦିଲ୍ଲୀ, ୦୭/୦୬: ଦକ୍ଷିଣ ଆଫ୍ରିକାରୁ ଫେରାର ହୋଇଥିବା ଗୁପ୍ତା ବ୍ରଦର୍ସ ୟୁଏଇରୁ ଗିରଫ ହୋଇଛନ୍ତି । ଗୁପ୍ତା ଭ୍ରାତା ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କ ବିରୋଧରେ ଦକ୍ଷଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ କାଳରେ କୋଟି କୋଟି ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା । ଉଭୟଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଗିରଫ କରାଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ସୋମବାର ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି ଯେ, ୟୁଏଇର ପ୍ରବର୍ତ୍ତନ ଅଧିକାରୀ ଗୁପ୍ତା ଭ୍ରାତାଙ୍କୁ ଗିରଫ କରିଛନ୍ତି । ତେବେ ତୃତୀୟ ଭ୍ରାତା ଅଜୟ ଗୁପ୍ତା ଗିରଫ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ ।

କଣ ରହିଛି ଅଭିଯୋଗ

କୁହାଯାଏ ଯେ, ଗୁପ୍ତା ଭ୍ରାତାଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଭଲ ସମ୍ପର୍କ ଥିଲା । ଏହାର ଗୁପ୍ତା ଭ୍ରାତା ଫାଇଦା ଉଠାଇଥିଲେ । ବରିଷ୍ଠ ଅଧିକାରୀ ସ୍ତରରେ ନିଯୁକ୍ତି ବେଳେ ସେଥିରେ ଟଙ୍କା କାରବାର ହେଉଥିବା ନେଇ ଗୁପ୍ତା ଭ୍ରାତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ।

୨୦୧୮ରେ ଗୁପ୍ତା ପରିବାର ନିଜ ଇଚ୍ଛାରେ ଆଫ୍ରିକା ଛାଡି ଦୁବାଇ ଚାଲିଯାଇଥିଲେ । କାରଣ ସେମାନେ ସରକାରୀ ଅଧିକାରୀଙ୍କୁ ହାତ କରି କୋଟି କୋଟି ଟଙ୍କା ହଡପ କରିନେଇଥିଲେ । ଇଣ୍ଟରପୋଲ୍ ପୂର୍ବରୁ ଗୁପ୍ତା ଭ୍ରାତାଙ୍କ ବିରୋଧରେ ନୋଟିସ ଜାରି କରିଥିଲା । ଆମେରିକା ଓ ୟୁକେ ସେମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲା । ତେବେ ଜ୍ୟାକବ୍ ଜୁମାଙ୍କ ବିରୋଧରେ ମଧ୍ୟ ଦେଶରେ ଜୋରଦାର ପ୍ରଦର୍ଶନ ହୋଇଥିଲା ।

ସୂଚନାଯୋଗ୍ୟ, ଗୁପ୍ତା ପରିବାର ସହାରନପୁରରେ ରହୁଥିଲେ । ସେମାନେ 1990ରେ ଦକ୍ଷିଣ ଆଫ୍ରିକା ଚାଲିଯାଉଥିଲେ । ସେଠାରେ ଏକ ଜୋତା ଦୋକାନ ଖୋଲିଥିଲେ । ପରେ ସେମାନେ ଆଇଟି, ମିଡିଆ ଓ ଖଣି କମ୍ପାନୀ ଖୋଲିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ