ଅପରାଧ ଦେଶ ବିଦେଶ

ମନ୍ଦିରରୁ ଫେରୁଥିଲେ ସ୍ୱାମୀ-ସ୍ତ୍ରୀ, ରାସ୍ତାରେ ମାରିଦେଲା ଭାଲୁ

ନୂଆଦିଲ୍ଲୀ ୦୬/୦୬: ମନ୍ଦିରରୁ ଫେରୁଥିଲେ ସ୍ୱାମୀ ଓ ସ୍ତ୍ରୀ । ବାଟରେ ଖାଇଗଲା ଭାଲୁ । ଏପରି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ । ଏଠାରେ ଏକ ମନ୍ଦିରରୁ ଠାକୁରଙ୍କ ଦର୍ଶନ ସାରି ଫେରୁଥିବା ବେଳେ ପତି ଓ ପତ୍ନୀଙ୍କୁ ଭାଲୁ ମାରି ଖାଇଦେଇଛି । ଯାହାକୁ ନେଇ ଗ୍ରାମବାସୀ ଭୟଭୀତ ଅଛନ୍ତି । ମୃତ ଦମ୍ପତି ହେଲେ ମୁକେଶ ରାୟ ଓ ତାଙ୍କ ପତ୍ନୀ ଗୁଡିୟା ରାୟ ।

ସୂଚନାନୁସାରେ, ରବିବାର ମୁକେଶ ଓ ଗୁଡିୟା ପନ୍ନାର ଏକ ଜଙ୍ଗଲରେ ଥିବା ଖେରମାଇ ମାତା ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଦର୍ଶନ ସାରି ଫେରୁଥିବା ବେଳେ ଏକ ଭାଲୁ ଉଭୟଙ୍କ ଉପରେ ଆକ୍ରମଣ କରିଥିଲା । ଉଭୟ ଦୀର୍ଘ ସମୟ ଧରି ଭାଲୁ ସହ ସଙ୍ଘର୍ଷ କରିଥିଲେ ବି ପାରିନଥିଲେ । ଭାଲୁ ସେମାନଙ୍କୁ ମାରି ଦେଇତିଲା । ନିକଟସ୍ଥ କିଛି ଗ୍ରାମବାସୀ ଜଙ୍ଗଲରୁ ପାଣି ପାଇଁ ଯିବା ବେଳେ ଭାଲୁଟିକୁ ମୃତଦେହ ପାଖରେ ଦେଖିଥିଲେ । ଫଳରେ ଭାଲୁଟି ଉଭୟଙ୍କୁ ମାରିଥିବା ଗାଁ ଲୋକେ ଜାଣିବାକୁ ପାଇଥିଲେ ।

ଭାଲୁକୁ ସେଠାରେ ହଟାଇବା ପାଇଁ ଲୋକେ ପାଟି କରିଥିଲେ ବି ସେ ମୃତଦେହ ଛାଡି ଯାଇନଥିଲା । ଏହାପରେ ପୋଲିସ ଓ ବନ ବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା । ଦୀର୍ଘ 3 ଘଣ୍ଟା ପରେ ବନ ବିଭାଗ ଓ ପୋଲିସ ପହଁଚି ଭାଲୁକୁ ଟ୍ରାଙ୍କୁଲାଇଜ୍ କରି ପିଞ୍ଜରାରେ ରଖିଥିଲେ ।

ବନ ବିଭାଗ କହିଛି ଯେ, ଏହି ଭାଲୁ ଜଙ୍ଗଲରେ ରହିବ ନାହିଁ । ତାକୁ ଚିଡିଆଖାନା ପଠାଯିବ । ତେବେ ମୃତକଙ୍କ ପରିବାରକୁ 4 ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ ବୋଲି ଡିଏଫଓ ଗୌରଭ ଶର୍ମା କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ