ଦେବଗଡ ୦୪/୦୬: ଶୁକ୍ରବାର ରାତି ସମୟରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କଳାମାଟି ନିକଟରେ ଟ୍ରକ ଧକ୍କାରେ ଚାରି ଗୋରୁର ମୃତ୍ୟୁ ଘଟିଥିବା ବେଳେ ଦୁଇଟି ଆହତ ହୋଇଛନ୍ତି । \
ରାତିରେ ସ୍ଥାନୀୟ ବ୍ରଜମୋହନପୁର ଗ୍ରାମରୁ ଗୋରୁ ବେପାରୀ ମାନେ ଶହେରୁ ଅଧିକ ଗୋରୁ ନେଇ ୪୯ ନମ୍ବର ଜାତୀୟ ରାଜପଥରେ ଯାଉଥିବା ସମୟରେ ଅପର ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଚାରି ଗୋରୁଗାଈଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଟି ଆହତ ହୋଇଛନ୍ତି ।
ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ଗୋରୁଙ୍କ ସହ ଯାଉଥିବା ମୁଖ୍ୟ ବେପାରୀ ଓ ଏକ ବୋଲେରୋକୁ ଅଟକ ରଖାଯାଇଛି । ସେହିପରି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଦେବଗଡ ଆଦର୍ଶ ଥାନାରେ ଅଟକ ରଖାଯାଇଛି । ୪୯ ନମ୍ବର ଜାତୀୟ ରାଜପଥରେ ଅନେକ ସମୟରେ ଗୋରୁ ବେପାରୀ ମାନେ ଗୋରୁଗାଈ ନେଇ ଯାଉଥିବା ବେଳେ ଏହି ପ୍ରକାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି ।