ଅପରାଧ ରାଜ୍ୟ

ରିଲ୍‌ସରେ ଫଲୋର୍ସ ବଢିବାରୁ ଆଟାକ୍ : ଯୁବକ ଗୁରୁତର, ୩ ଅଟକ

ଭୁବନେଶ୍ୱର ୦୪।୦୬ : ରିଲସ୍ ରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ିଲା ବୋଲି ଯୁବକକୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ। ରାଜଧାନୀ ଭୁବନେଶ୍ବରରୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ସହିଦନଗରରେ ଏଭଳି ଆତଙ୍କରାଜ ଦେଖିବାକୁ ମିଳିଛି ।

ତେବେ ମହର୍ଷି କଲେଜ ପଛପଟେ ଘଟିଛି ଏହି ଅଭାବନୀୟ ଘଟଣା। ଆଉ ସିସିଟିଭିରେ ପୁରା ଆକ୍ରମଣର ଚିତ୍ର କଏଦ ହୋଇଛି । ଯୁବକ ଜଣକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆକ୍ରମଣର ଶିକାର ହୋଇଥିବା ଯୁବକଙ୍କ ନାଁ ଚନ୍ଦନ । ଗତ ଦୁଇଦିନ ତଳେ ଏହି ଘଟଣା ଘଟିଥିବା ବେଳେ ଏବେ ସେହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଏନେଇ ଆହତ ଚନ୍ଦନଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।