ଅପରାଧ ରାଜ୍ୟ

କ୍ରାଇମ୍‌ ପେଟ୍ରୋଲ୍‌ ଦେଖି ଲୁଟିଲେ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ, ପ୍ରେମିକ ସହ ବନ୍ଧା ହେଲେ

କଟକ, ୦୪/୦୬: କ୍ରାଇମପେଟ୍ରୋଲ ଦେଖି ଲୁଟ କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଗରିଫ ଅଭିଯୁକ୍ତ ହେଲେ ପିଙ୍କି ଓରଫ ପ୍ରିୟଙ୍କା ସାହୁ ଓ ତାଙ୍କ ପ୍ରେମିକ ପୁଚୁ ଓରଫ ଅରବିନ୍ଦ ନାୟକ। ପୋଲିସ କହିବା ଅନୁସାରେ ପିଙ୍କି ଓରଫ ପ୍ରିୟଙ୍କା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ ଏଜେଣ୍ଟ ଭାବେ କାମ କରନ୍ତି।

ପିଙ୍କିଙ୍କର ଟଙ୍କା ଆବଶ୍ୟକ ପଡିବାରୁ ସେ ନିଜ ପ୍ରେମିକ ସହ ମିଶି ଲୁଟ ଯୋଜନା କରିଥିଲେ। ପିଙ୍କି ଟିଭିରେ ଦେଉଥିବା କ୍ରାଇମ ପେଟ୍ରୋଲ ଦେଖିବା ସହ ଏହି ଲୁଟ ପାଇଁ ଯୋଜନା କରିଥିଲେ। ଦୁଇ ଦିନ ତଳେ ଅର୍ଥାତ ଗତ ଦୁଇ ତାରିଖରେ ପିଙ୍କି ନିଜ ଅଫିସ ସୁପର ଭାଇଜର ସାଦିୟା ଖାତୁନକୁ ଟଙ୍କା ନେବା ପାଇଁ ସୂତାହାଟ ଚର୍ଚ୍ଚ ନିକଟକୁ ଡକାଇଥିଲା। ସଦିୟା ପହଞ୍ଚିବା ପରେ ଦୁଇଜଣ ବ୍ୟକ୍ତି ହଠାତ ବାଇକରେ ଆସି ସଦିୟାଙ୍କ ପାଖରେ ଥିବା ଟଙ୍କା ବ୍ୟାଗ ଲୁଟି ନେଇଥିଲେ।

ଲୁଟ ନେଇ ସଦିୟା ଲାଲବାଗ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ଏହି ସମୟରେ ପୋଲିସ ପିଙ୍କିଙ୍କ ଉପରେ ସନ୍ଦେହ କରିବା ସହ ସେ ଦିଗରେ ତଦନ୍ତ କରିବାରୁ ଲୁଟ କଥା ମାନି ନେଇଥିଲେ ପିଙ୍କି । ତେବେ ଏହି ଘଟଣାରେ ପିଙ୍କିଙ୍କ ସମେତ ଟଙ୍କା ଲୁଟ କରିଥିବା ତାଙ୍କ ପ୍ରେମିକ ପୁଚୁ ଓ ଅନ୍ୟ ଜଣେ ନାବାଳକକୁ ଗିରଫ କରିବା ସହ ପିଙ୍କିଙ୍କ ଠାରୁ ୩୫ ହଜାର ଟଙ୍କା ଜବତ କରିଛି । ପିଙ୍କିଙ୍କର ଟଙ୍କା ଆବଶ୍ୟକ ଥିବାରୁ ଏଭଳି ଲୁଟ କରିଥିବା ପୋଲିସ ଆଗରେ ସ୍ବୀକାର କରିଛନ୍ତି ପିଙ୍କି । ପୋଲିସ ଅଭିଯୁକ୍ତ ତିନି ଜଣଙ୍କୁ ଆଜି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।