ଦେଶ ବିଦେଶ ସ୍ୱାସ୍ଥ୍ୟ

ପାଞ୍ଚ ବର୍ଷର ଶିଶୁକନ୍ୟାଠାରେ ମଙ୍କିପକ୍ସ ଲକ୍ଷଣ, ପରୀକ୍ଷଣ ପାଇଁ ପଠାଗଲା ନମୂନା

ନୂଆଦିଲ୍ଲୀ ୦୪/୦୬: କରୋନା ଭାଇରସର ଆତଙ୍କ ଥମିନାହିଁ । ଏହାମଧ୍ୟରେ ଗାଜିଆବାଦରେ ଜଣେ ୫ ବର୍ଷର ଶିଶୁ କନ୍ୟାଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଦେଖିବାକୁ ମିଳିଛି । ମଙ୍କିପକ୍ସ ନେଇ ମାମଲା ସ୍ପଷ୍ଟ ନଥିବା ବେଳେ ନମୂନା ପରୀକ୍ଷଣ ପାଇଁ ପଠାଯାଇଛି ।

ସୂଚନାନୁସାରେ, ଶିଶୁକନ୍ୟାଟିର ଶରୀରରେ କୁଣ୍ଡିଆ ଓ ଦାଗ ଦେଖିବାକୁ ମିଳିଥିଲା । ତାଙ୍କଠାରେ ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମସ୍ୟା ନାହିଁ । ତେବେ ସେ ଗତ ୧ ମାସ ହେଲା ବିଦେଶ ଯାତ୍ରା କରିନଥିବା ଜଣାପଡିଛି ।

ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଙ୍କିପକ୍ସକୁ ଗୁରୁତର ସହ ନେଇ ବୈଠକ ଡାକିଥିଲା । ଏହି ନୂଆ ରୋଗକୁ ନେଇ ଭାରତ ସରକାର ମଧ୍ୟ ସଜାଗ ଅଛନ୍ତି । ଦେଶର ସବୁଠୁ ଅଧିକ ଜନସଂଖ୍ୟା ଥିବା ଉତ୍ତରପ୍ରଦେଶରେ ଏହାର ମୁକାବିଲା ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଏଏନଆଇ ଅନୁସାରେ, ଉତ୍ତର ପ୍ରଦେଶର ସ୍ୱାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି । ସଂକ୍ରମିତଙ୍କ ପାଇଁ ମଧ୍ୟ ଆଡଭାଇଜାରୀ ଜାରି କରାଯାଇଛି । ଜ୍ୱର, ଶରୀରରେ ଦାଗ ଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ