ଜନ୍ମ ହେବାବେଳେ ପିଲା ଖୁବ୍ ସୁନ୍ଦର ଦେଖାଯାଆନ୍ତି। ଏକ୍ ଦମ୍ କ୍ୟୁଟ୍। କୁନି ଓଠରେ ହସିଦେଲ ଏହି ସୁନ୍ଦରତା ଆହୁରି ବଢିଯାଏ। ପିଲାମାନଙ୍କ ହସ ବେସ୍ ସୁନ୍ଦର। ତେଣୁ ଲୋକେ ଚାହାନ୍ତି ପିଲାମାନେ ସବୁବେଳେ ଏମିତି ହସୁଥାନ୍ତୁ। ତେବେ ପରମାନେଟ୍ ସ୍ମାଇଲ୍ ବା ସ୍ଥାୟୀ ହସ ନେଇ ଜନ୍ମ ନେଇଛନ୍ତି ଜଣେ ଶିଶୁ । ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଅଷ୍ଟ୍ରେଲିଆରେ ଏଭଳି ଘଟଣା ଘଟିଛି। ପରମାନେଣ୍ଟ ସ୍ମାଇଲର୍ ସହ ଜନ୍ମ ହୋଇଥିବା ଶିଶୁଙ୍କୁ ଦେଖି କେବଳ ପରିବାର ଲୋକେ ନୁହେଁ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଝିଅ ଟିର ନାଁ ଆଲ୍ୟା ସମର୍ ମୁଚା। ଗତ ବର୍ଷ ଡିସେମ୍ବରରେ ଜନ୍ମ ନେଇଛନ୍ତି ଆଲ୍ୟା। ସେ ‘ବାଇଲାଟେରାଲ୍ ମାଇକ୍ରୋଷ୍ଟୋମିଆ’ ନାମକ ବିକାର ପୀଡ଼ିତା। ଏହି ରୋଗ ହେଲେ ଜନ୍ମ ବେଳୁ ପାଟିର ଗୋଟିଏ ବା ଉଭୟ ପାର୍ଶ୍ବରେ ଦୀର୍ଘ ଛିଦ୍ର ରହିଥାଏ।
ଏହା ଦ୍ବାରା ଓଠର ଆକାର ମଧ୍ୟ ବଢିଯାଏ। ଯେଉଁଥିପାଇଁ ଆଲ୍ୟାର ମୁହଁରେ ସର୍ବଦା ଏକ ସ୍ଥାୟୀ ହସ ପରିଲକ୍ଷିତ ହେଉଛି। ଆଲ୍ୟାର ମାଆ ତା’ର କେତେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି। ଆଲ୍ୟାଙ୍କ ଚେହେରା ଲୋକଙ୍କୁ ଖୁବ୍ ପସନ୍ଦ ଆସୁଛି। ତେବେ ଆଲ୍ୟା ଭୋଗୁଥିବା ରୋଗ ଏତେ ବିରଳ ଯେ ଏହା ପୂର୍ବରୁ ପୃଥିବୀର ମାତ୍ର ୧୪ ଜଣଙ୍କ ଠାରେ ଏହି ରୋଗ ଦୋଖାଦେଇଛି। ଅସ୍ତ୍ରୋପଚାର ଏବଂ ଚିକିତ୍ସା ମାଧ୍ୟମରେ ଏହି ରୋଗ ଭଲ ହେବାର ସମ୍ଭାବନା ରହିଛି। ଆଲ୍ୟାଙ୍କୁ ଡାକ୍ତରମାନେ ଖୁବ୍ ଶୀଘ୍ର ଅସ୍ତ୍ରୋପଚାର କରିବାକୁ ପରାମର୍ଶ କରିଥାନ୍ତି।