ଦେଶ ବିଦେଶ ମନୋରଞ୍ଜନ

କିଭଳି ପୁଅକୁ ବିବାହ କରିବାକୁ ଚାହୁଁଛନ୍ତି କିଆରା ? ଅଭିନେତ୍ରୀ କଲେ ଖୁଲାସା

ନୂଆଦିଲ୍ଲୀ ୦୪।୦୬: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀଙ୍କ କ୍ୟାରିୟର ଗ୍ରାଫ୍ ବହୁତ ଦ୍ରୁତ ଗତିରେ ବୃଦ୍ଦି ପାଇବାରେ ଲାଗିଛି । ‘କବୀର ସିଂ’ ପରେ ଏବେ ହିଟ୍‌ ଉପରେ ହିଟ୍‌ ଫିଲ୍ମ ଦେବାରେ ଲାଗିଛନ୍ତି କିଆରା। ନିକଟରେ ତାଙ୍କ ଫିଲ୍ମ ଭୁଲ ଭୁଲେୟାଁ ରିଲିଜ୍‌ ହୋଇଥିଲା । ଯାହା ପାଇଁ ସେ ଖୁବ୍‌ ଚର୍ଚ୍ଚା ଅଛନ୍ତି । ଆଗାମୀ ସମୟରେ ତାଙ୍କୁ ‘ଜୁଗ୍ ଜୁଗ୍ ଜିଓ’, ‘ଗୋବିନ୍ଦା ନାମ ମେରା’ ଏବଂ ‘ଆର.ସି-୧୫’ ଭଳି ଫିଲ୍ମରେ ଦେଖିବାକୁ ମିଳିବ। ବୃ୍ତ୍ତିଗତ ଅପେକ୍ଷା କିଆରା ଆଡଭାନୀ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଖୁବ୍‌ ଚର୍ଚ୍ଚାରେ ଥାନ୍ତି ।

ନିକଟରେ କିଆରା ଆଡଭାନୀ- ସିଦ୍ଧାର୍ଥ ମଲହୋତ୍ରାଙ୍କ ସମ୍ପର୍କକୁ ଖବର ଆସିଥିଲା। ହେଲେ ଏହା ବିଷୟରେ ଦୁହେଁ କେବେବି ନିଶ୍ଚିତ କରି ନାହାଁନ୍ତି। ତଥାପି ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଘୁରି ବୁଲୁଛି । ବର୍ତ୍ତମାନ କିଆରା ଆଡଭାନି ଏକ ସାକ୍ଷାତକାରରେ କହିଛନ୍ତି କେଉଁ ପ୍ରକାର ଜୀବନ ସାଥୀ ପାଇବାକୁ ଚାହାଁନ୍ତି, ଏହା ବ୍ୟତୀତ ସେ କହିଛନ୍ତି, ମୋ ଜୀବନ ସାଥୀରେ କିଛି ହୃଦୟକୁ ଛୁଇଁ ଯାଉଥିବା ଜିନିଷ ଦେଖିବାକୁ ଚାହେଁ । କିଆରା ଆଡଭାନୀ କହିଛନ୍ତି ଯେ କୌଣସି ସମ୍ପର୍କରେ ପରସ୍ପରକୁ ବୁଝିବା, ସମ୍ମାନ, ବିଶ୍ବାସ ଭଳି ଜିନିଷ ରହିବା ନିହାତି ଗୁରୁତ୍ୱପୂର୍ଣ୍ଣ।

ଏହା ବ୍ୟତୀତ କିଆରା ଆଡଭାନୀ ତାଙ୍କ ଜୀବନ ସାଥୀଙ୍କ ଗୁଣ ବିଷୟରେ କହିଥିଲେ ଏବଂ କହିଥିଲେ ତାଙ୍କ ଭବିଷ୍ୟତ ସ୍ବାମୀ ତାଙ୍କ କଥା ଶୁଣନ୍ତୁ, ତାଙ୍କୁ ଭଲ ପାଆନ୍ତୁ । ତାଙ୍କ ଅନ୍ତରରେ ଥିବା ଭଲ ପାଇବାକୁ ଅନୁଭବ ମଧ୍ୟ କରାନ୍ତୁ। ଅନ୍ୟପଟେ କହିବାକୁ ଗଲେ କିଆରାଙ୍କ କ୍ୟାରିୟର କବୀର ସିଂ ଫିଲ୍ମରୁ ହିଟ୍‌ ହୋଇଥିଲା । ବର୍ତ୍ତମାନ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦେଉଛନ୍ତି । ଆଗାମୀ ଦିନରେ ତାଙ୍କ ହାତରେ ବଡ ବଡ ପ୍ରୋଜେକ୍ଟ ଅଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ