ଅପରାଧ ରାଜ୍ୟ

ସାଇବର ଠକେଇର ଶିକାର ହେଲେ ଯୁବକ, କଣ୍ଟାକ୍ଟ ଲିଷ୍ଟକୁ ନେଇ ବ୍ଲାକମେଲ ସହ ଟଙ୍କା ମାଗୁଛି ହ୍ୟାକର

ସାଲେପୁର ୦୪/୦୬: ଫେସବୁକରେ ଆସିଲା ଇନଷ୍ଟାଣ୍ଟ ଲୋନର ମେସେଜ । ଲିଙ୍କରୁ ଡାଉନଲୋଡ଼ ହେଲା ଆପ୍ସ । ଆଉ ତାପରେ ଏକାଉଣ୍ଟକୁ ଆସିଲା ୩ହଜାର ୮୫୦ଟଙ୍କା । ହେଲେ ସେତେବେଳେକୁ ମୋବାଇଲ ଫୋନରୁ ସବୁ ଡାଟା ଚାଲିଯାଇଥିଲା ହ୍ୟାକର ପାଖକୁ । ଆଉ ସେ ଡାଟା ଓ କଣ୍ଟାକଟ ଲିଷ୍ଟକୁ ନେଇ ଏବେ ବ୍ଲାକମେଲ କରିବା ସହ ଟଙ୍କା ମାଗୁଛି ହ୍ୟାକର ।

ଏହା ସହ କଣ୍ଟାକ୍ଟ ଲିଷ୍ଟରୁ ନମ୍ବର ନେଇ ଅନ୍ୟମାନଙ୍କୁ ମଧ୍ୟ ଠକୁଛି ସେ । ଏଭଳି ଠକେଇର ଶିକାର ହୋଇଛନ୍ତି ସାଲେପୁର ବିଶ୍ୱନାଥପୁର ଗାଁର ଇଜହାର ଅହମ୍ମଦ । ଇଜହାରଙ୍କ ସମସ୍ତ ବ୍ୟକ୍ତିଗତ ଡାଟା ସହ ସମସ୍ତ କଣ୍ଟାକ୍ଟ ଲିଷ୍ଟକୁ ମଧ୍ୟ ହ୍ଵାଟ୍ସଆପରେ ସେ ସେୟାର କରି ପ୍ରତି ମୁହୂର୍ତ୍ତରେ ଠାକୁଛି ସେ । ଏନେଇ ଇଜହାର ସାଇବର ପୋଲିସକୁ ଅନଲାଇନ ମାଧ୍ୟମରେ ଜଣାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।