ଅପରାଧ ରାଜ୍ୟ

ଗ୍ରାହକ ବେଶରେ ପଶି ଲୁଟିନେଲେ ୧୦ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା, ଦମ୍ପତ୍ତିଙ୍କୁ ଗାମୁଛାରେ ବାନ୍ଧି ଦୁର୍ବୃତ୍ତ ଫେରାର

ସମ୍ବଲପୁର ୪।୬: ସ୍ପଷ୍ଟ ଦିବାଲୋକରେ ଲୁଟ୍ । ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଲୁଟ୍ ହୋଇଛି । ଦୋକାନରେ ପଶି ଅଟା ମାଗିବା ବାହାନାରେ ଲୁଟି ନେଲେ ଟଙ୍କା ଓ ସୁନାଗହଣା । ଦମ୍ପତ୍ତିଙ୍କୁ ଗାମୁଛାରେ ବାନ୍ଧି ଫେରାର ହୋଇଗଲେ ଲୁଟେରା ।

ସୂଚନାଯୋଗ୍ୟ ଯେ, ସମ୍ବଲପୁର ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଥିବା ଏକ ଦୋକାନରୁ ଲୁଟ୍ ହୋଇଛି । ଶୁକ୍ରବାର ଅପରାହ୍ନରେ ଶ୍ୟାମସୁନ୍ଦର ଡାଲମିଆ ଓ ପତ୍ନୀ ସରୋଜଦେବୀ ଡାଲମିଆ ଘରେ ଥିବାବେଳେ ପ୍ରଥମେ ୫ଜଣ ଦୁର୍ବୃତ୍ତ ଦୋକାନ ଭିତରେ ପଶି ଅଟା ମାଗିଥିଲେ ଦୁର୍ବୃତ୍ତ । ପରେ ବୃଦ୍ଧଙ୍କୁ ଆକ୍ରମଣ କରି ଭୁଜାଲି ମୁନରେ ୭୦ ହଜାର ଟଙ୍କା ଓ ୧୦ ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ କରିଥିଲେ ଦୁର୍ବୃତ୍ତ । ପରେ ଦମ୍ପତ୍ତିଙ୍କୁ ଭୁଜାଲି ଦେଖାଇ ଗାମୁଛାରେ ବାନ୍ଧି ଫରାର ହୋଇଯାଇଛନ୍ତି । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।