କଳା ଓ ସଂସ୍କୃତି ରାଜ୍ୟ ସ୍ପେଶାଲ ରିପୋର୍ଟ

ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ: ୪ରେ ଶିବବିବାହ ୫ ରାତି ରେ ଶିବ ପାର୍ବତୀ ଙ୍କ ପ୍ରତ୍ୟାବର୍ତ୍ତନ ନଗର ପରିକ୍ରମା ଓ ଶୋଭାଯାତ୍ରା – ଆଜି 108 ତୋଳା ର ନାଗ ମୂର୍ତ୍ତି ଙ୍କ ଆଗମନ l

ସୁବର୍ଣ୍ଣପୁର -,, ବହୁ ପ୍ରତୀକ୍ଷିତ ସୁବର୍ଣ୍ଣପୁର ର ଶୀତଳଷଷ୍ଠୀ ଯାତ୍ରା ଚଳିତ ବର୍ଷ ଆଜି ଠାରୁ ୬ତାରିଖ ପର୍ଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଛି।ଏଥିପାଇଁ ଇଷ୍ଟଦେବ ବାବା ସୁବର୍ଣ୍ଣମେରୁ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ଉତ୍ସବ କୁ ସମସ୍ତ ରୀତିନୀତି ସହ ପାଳନପାଇଁ ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ସମସ୍ତ ଆନୁସଙ୍ଗିକ କାର୍ଯ୍ୟକ୍ରମ ର ପ୍ରସ୍ତୁତି ସହ ବରପିତାମାତାଙ୍କ ପ୍ରତିନିଧି ଭାବରେ ବଡ଼ବଜାର ଦୁର୍ଗାମଣ୍ଡପ ସ୍ଥିତ ସନ୍ତୋଷ କୁମାର ମେହେର ଓ ଜ୍ୟୋସ୍ନାମୟୀ ମେହେର ଦାୟିତ୍ୱ ନିର୍ବାହ କରୁଥିବା ବେଳେ କନ୍ୟାପିତା ମାତା ଙ୍କପ୍ରତିନିଧି ସ୍ୱରୂପ ରେ ଭଗବତୀ ପ୍ଲଟସ୍ଥିତ କୃଷ୍ଣଚନ୍ଦ୍ର ମେହେର ଓ ଜାନକୀ ମେହେର ଦାୟିତ୍ୱ ନିଭେଇ ପ୍ରଭୁ ଙ୍କ ଆଶୀର୍ବାଦ ଲାଭ କରିଛନ୍ତି l ଆଜି ସୁବର୍ଣ୍ଣପୁର ର କୋଷାଗାର ରୁ 108 ତୋଳା ର ସୁନା ନାଗମୂର୍ତ୍ତି ବାବା ଚନ୍ଦ୍ରଶେଖର ଙ୍କୁ ଦେବୋତ୍ତର ବିଭାଗ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ରେ ସ୍ଥାନୀୟ ଚନ୍ଦ୍ରଶେଖର ମନ୍ଦିର କୁ ଅଣା ଯାଇ ଯାତ୍ରା ର ପୂଜା ଵିଧି ଆରମ୍ଭ କରାଯାଇଛି l ଏଥିପାଇଁ ଉଭୟ କୈଳାସପୁରୀ ଓ ହିମାଦ୍ରୀନଗରୀ ସମେତ ସାରା ସହର ଚଳ ଚଞ୍ଚଳ ହୋଇ ଉଠିଛି l ଏଥିପାଇଁ ଆଜି ୨ତାରିଖ ଗୁରୁବାର ଦିନ ଦେବନିମନ୍ତ୍ରଣ,କରେଇବସା, ମାଟିପକା ଓ ୩ତାରିଖରେ ଅଳଙ୍କାର ଧାରଣ ୪ତାରିଖରେ ବରାନୁଗମନ ଓ ରାତ୍ର ୧.୧୦ ରୁ ରାତ୍ର୨.୧୦ମଧ୍ୟରେ ଶିବପାର୍ବତୀଙ୍କ ବିବାହ ପାଣିଗ୍ରହଣ ଅନୁଷ୍ଠିତ ହୋଇ ପରବର୍ତ୍ତୀ ଦିନ 5 ତାରିଖ ରାତିରେ ରେ ଶିବ ପାର୍ବତୀ ଓ ଅଷ୍ଠ ଶମ୍ଭୁ ଅଷ୍ଠ ବିଷ୍ଣୁ ଙ୍କ ନଗର ପରିକ୍ରମା ଓ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା ଅନୁଷ୍ଠିତ ହେବ l ଏବଂ ଚଳିତ ବର୍ଷ ଯାତ୍ରା କୁ ଶୃଙ୍ଖଳିତ ଭାବେ ପରିଚାଳନା ପାଇଁ ଯାତ୍ରା ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ, ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣ ଙ୍କ ସହଯୋଗ କାମନା କରାଯାଇଛି। ଏହି ଯାତ୍ରା ର ବିଶେଷ ଆକର୍ଷଣ 108 ତୋଳା ର ସୁନା ନାଗ ମୂର୍ତ୍ତି ଓ ଶିବ ପାର୍ବତୀ ଙ୍କ ସହିତ ସହର ର ସମସ୍ତ ଦେବା ଦେବୀ ଙ୍କୁ ଏକାଠି ଦର୍ଶନ କରିବାର ଅପୂର୍ବ ସୁଯୋଗ l ଯାହାକି ବର୍ଷ କୁ ଥରେ ଏହି ସୁଯୋଗ ସାଧାରଣ ଜନତା ପାଇଥାନ୍ତି l ଏବର୍ଷ ପ୍ରଥମ ଥର ପାଇଁ ସ୍ଥାନୀୟ ଭଗବତୀ ପାଠାଗାର ର ଯୁବ ସଂଗଠନ ଓ କନ୍ୟା ପିତା ପରିବାର ଙ୍କ ସମସ୍ତ ସହଯୋଗ ରେ ଶୀତଳ ଷଷ୍ଠୀ ଯାତ୍ରା ଉପଲକ୍ଷେ ଆସନ୍ତା କାଲି 3 ତାରିଖ ଠାରୁ ଯାତ୍ରା ଶେଷ ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି l ଏବଂ ଏଥିପାଇଁ ଭଗବତୀ କଲ୍ୟାଣ ମଣ୍ଡପ ଠାରେ ସମସ୍ତ ପ୍ରସ୍ତୁତି ସରିଛି lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,