ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କର୍ଣ୍ଣାଟକ କାଲବୁର୍ଗିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଲରି ସହ ଧକ୍କା ଲାଗି ଜଳିଗଲା ବସ୍, ପୋଡି ହୋଇ ୭ ଯାତ୍ରୀ ମୃତ, ଅନେକ ଆହତ

କମଲାପୁର ୩।୬: କର୍ଣ୍ଣାଟକ କଲବୁର୍ଗି ଜିଲ୍ଲାରେ ଶୁକ୍ରବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଏକ ସ୍ଲିପର କୋଚ୍‌ ଯାତ୍ରୀବାହୀ ବସ୍ ଲରୀ ସହ ଧକ୍କା ଲାଗି ଜଳି ଯାଇଛି। ଫଳରେ ବସ୍‌ରେ ଯାତ୍ରା କରୁଥିବା ୭ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ବେଳେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ କଲବୁର୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା କଲବୁର୍ଗି ଜିଲ୍ଲା କମଲାପୁର ତାଲୁକ ବାହ୍ୟାଞ୍ଚଳରେ ହୋଇଛି। ଗୋଆରୁ ହାଇଦ୍ରାବାଦ ଯାଉଥିବା ଯାତ୍ରୀବାହୀ ବସ୍‌ ବିଦର-ଶ୍ରୀରଙ୍ଗପଟନା ଜାତୀୟ ରାଜମାର୍ଗରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଛି। କଲବୁର୍ଗି ପୋଲିସ ଅଧିକ୍ଷକ ଇଶା ପନ୍ଥ ପ୍ରାରମ୍ଭିକ ଯାଞ୍ଚରୁ ବସ୍‌ରେ ୭ରୁ ୮ ଜଣ ଯାତ୍ରୀ ଫଶି ଯାଇଥିଲେ,ଫଳରେ ବସ ସହ ସେମାନେ ପୋଡି ହୋଇ ପ୍ରାଣ ହରାଇଥିବାର ଆଶଙ୍କା କରାଯାଉଛି ବୋଲି କହିଛନ୍ତି। ଏହି ଦୁର୍ଘଟଣା ସକାଳ ପ୍ରାୟ ସାଢେ ୬ଟା ବେଳେ ହୋଇଛି।

ଲରି ସହ ଧକ୍କା ଲାଗିବା ପରେ ବସଟିରେ ନିଆଁ ଲାଗିଯାଇଥିଲା। ଦୁର୍ଘଟଣା ବେଳେ ବସ୍‌ରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାଗ୍ରସ୍ତ ବସଟି ଗୋଆର ଅରେଞ୍ଜ କମ୍ପାନୀର ବୋଲି ଜଡଣାପଡିଛି। ଦୁର୍ଘଟଣାରେ ନିଆଁ ଲାଗି ଜଳୁଥିବା ବସ୍ ନିକଟକୁ ସ୍ଥାନୀୟ ଲୋକେ ଯାଇ ପାରିନଥିଲେ। ଏଣୁ ତୁରନ୍ତ ଦମକଳ ବିଭାଗ ଓ ସ୍ଥାନୀୟ ପୋଲିସକୁ ସୂଚିତ କରିଥିଲେ। ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ସେତବେଳେକୁ ବସଟି ସମ୍ପୂର୍ଣ୍ଣ ଜଳି ସାରିଥିଲା। ଦୁର୍ଘଟଣାରେ ଲରିଟି ମଧ୍ୟ ଜଳି ଯାଇଛି। ତେବେ ଲରିରେ ଥିବା ଲୋକଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ପାରି ନାହିଁ। ପୋଲିସ ମାମଲାର ତଦନ୍ତ କରୁଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ