ଅପରାଧ ରାଜ୍ୟ

ବାଇକ୍‌ ଡିକିରୁ ଲକ୍ଷେ ଟଙ୍କା ଲୁଟ୍‌

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ନିକଟରୁ ଗୁରୁବାର ଜଣେ ଚାଷୀଙ୍କ ବାଇକ୍‌ ଡିକି ଭାଙ୍ଗି ଦୁର୍ବୃତ୍ତ ୧ ଲକ୍ଷ ଟଙ୍କା ଲୁଟି ନେଇଥିବା ବିନିକା ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଅନୁସାରେ, ବିନିକା ଥାନା ବଲାରଙ୍ଗା ଗ୍ରାମର ଚାଷୀ ହାଡ଼ୁ ମେହେର ବିନିକା ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଦିନ ୧୨ଟାରେ ୧ ଲକ୍ଷ ଟଙ୍କା ଉଠାଇ ଥିଲେ। ବ୍ୟାଙ୍କ ସମ୍ମୁଖରେ ଥିବା ତାଙ୍କ ବାଇକ୍‌ ଡିକିରେ ଏହି ଟଙ୍କା ରଖିଥିଲେ। ଏହା ପରେ ପାଖରେ ଥିବା ଏକ ମୁଢ଼ି ଠେଲାରେ ଖାଇଥିଲେ। ସେଠାରୁ ବାଇକ ଧରି ବିନିକା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ସେଠାରେ ଡିକି ଖୋଲି ଦେଖିଲା ବେଳକୁ ଡିକିରେ ଏହି ଟଙ୍କା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପାସବୁକ୍‌ ନଥିଲା। ତାଙ୍କ ଅଭିଯୋଗ ଆଧାରରେ ବିନିକା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଥିବା ଆଇଆଇସି ପବିତ୍ର ସାହୁ ପ୍ରକାଶ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।