ଅପରାଧ ରାଜ୍ୟ

ପର୍ଯ୍ୟଟକଙ୍କୁ ପ୍ରାଣାନ୍ତକ ଆକ୍ରମଣ: ୨ ଗିରଫ

ପୁରୀ : ଗତ କାଲି ଏକ ପର୍ଯ୍ୟଟକ ପରିବାର ଦିଗବାରେଣୀ ଛକରେ ବସିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଠେଲାପେଲା କରି ରକ୍ତାକ୍ତ କରିଦେବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ କାଲି ରାତି ପ୍ରାୟ ସାଢ଼େ ୧୧ଟା ସମୟରେ ଛତିଶଗଡ଼ ବିଳାସପୁର ଥାନା ଅନ୍ତର୍ଗତ ଗ୍ରିନ୍‌ ପାର୍କ ଅଞ୍ଚଳର ସ୍ବପ୍ନିଲ କୁମାର ରାୟ ତାଙ୍କ ପରିବାର ସମେତ ଦିଗବାରେଣୀ ଛକ ନିକଟରେ ବସିଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ତାଙ୍କ ପାଖରେ ବସିବା ପରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ସେମାନେ ଏଭଳି ନକରିବାକୁ କହିବାରୁ ଓଲଟା ଆକ୍ରମଣର ଶିକାର ହୋଇଥିଲେ। ତାଙ୍କୁ ଦୁଇ ଯୁବକ ଠେଲାପେଲା କରିବା ସହ ଜୀବନରେ ମାରିଦେବାପାଇଁ ଧମକ ଦେଇଥିଲେ।

ଏହି ଆକ୍ରମଣରେ ସେ ରକ୍ତାକ୍ତ ଆହତ ହୋଇ ଏନେଇ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ପୁଲିସ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଟକାଳ ଲେନ୍‌ରେ ରହୁଥିବା ଜଗତସିଂପୁର ନୂଆଗାଁ ଥାନା ଅନ୍ତର୍ଗତ ବଛାଲୋ ଅଞ୍ଚଳର ରାକେଶ କୁମାର ଲେଙ୍କା ଓ ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଖୁଣ୍ଟିଆ ବାଣପୁରର ସଞ୍ଜୟ କୁମାର ଜେନାକୁ ଗିରଫ କରି କୋର୍ଟଚାଲାଣ କରିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।