ଅପରାଧ ରାଜ୍ୟ

ନାବାଳିକା ଆତ୍ମହତ୍ୟା ମାମଲା, ପ୍ରେମିକ ଗିରଫ

ଭୁବନେଶ୍ବର: ଗତ ୨୫ ତାରିଖରେ କେସୁରା ଅଞ୍ଚଳରେ ଘଟିଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ଆଜି ସହିଦନଗର ଥାନା ପୁଲିସ ମୃତା ନାବାଳିକାର ପ୍ରେମିକକୁ ଗିରଫ କରିଛି। ସେ ହେଲେ ଲକ୍ଷ୍ମୀସାଗର ଥାନା ଝାରପଡ଼ାରେ ରହୁଥିବା ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବରୁଣ ନାୟକ ଓରଫ୍ ପପୁ(୨୨)। ନାବାଳିକାକୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇବା ଅଭିଯୋଗରେ ପୁଲିସ ପପୁକୁ କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ ପଟିଆସ୍ଥିତ ଏକ ଘରୋଇ କଲେଜରେ ପଢ଼ୁଥିବା ପପୁ କେସୁରା ଅଞ୍ଚଳର ଉକ୍ତ ନାବାଳିକାଙ୍କୁ ଭଲପାଉଥିଲା। ଉଭୟଙ୍କ ପରିବାର ଲୋକ ଘଟଣା ବିଷୟରେ ଜାଣିବା ପରେ ଗଣ୍ଡଗୋଳ ହୋଇଥିଲା। ନାବାଳିକା ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ମିଳାମିଶା ବନ୍ଦ ହୋଇଯାଇଥିଲେ ହେଁ ପପୁ ନାବାଳିକାକୁ ଦେଇଥିବା ମୋବାଇଲ୍‌ ଫୋନ୍‌ ଦ୍ବାରା ସେମାନେ ଯୋଗାଯୋଗରେ ଥିଲେ। ମଝିରେ ମଝିରେ ପପୁ ଭୁବନେଶ୍ବର ଆସି ପ୍ରେମିକାକୁ ଭେଟୁଥିଲା। ଗତ ୨୩ ତାରିଖ ଦିନ ପପୁ ନାବାଳିକାଙ୍କ ପାଖକୁ ଆସିଥିଲା ଓ କୌଣସି କାରଣକୁ ନେଇ ଦୁଇ ଜଣଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ରାଗରେ ପପୁ ଉକ୍ତ ଫୋନ୍‌କୁ ଭାଙ୍ଗିଦେଇଥିଲା। ଗତ ୨୫ ତାରିଖରେ ନାବାଳିକା ଆତ୍ମହତ୍ୟା କରିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିବାରୁ ପୁଲିସ ମାମଲା ରୁଜୁ କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।