ଖେଳ ଦେଶ ବିଦେଶ

KKRର କ୍ୟାପଟେନ ଶ୍ରେୟସ୍‌ ଆୟର କିଣିଲେ ମର୍ସିଡିଜ୍‌ SUV, ଏତିକି କୋଟି ଟଙ୍କା ରହିଛି ଦାମ୍‌

ମୁମ୍ବାଇ ୦୩।୦୬: ଶ୍ରେୟସ୍ ଆୟର ଆଇପିଏଲ୍ ୨୦୨୨ରେ ଭଲ ପ୍ରଦର୍ଶନ କରି ପାରିନାହନ୍ତି । ଆୟରଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ୍ ରାଇଡର୍ସ ଦଳ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚି ପାରିଲା ନାହିଁ । ଦଳ ୧୪ଟି ମଧ୍ୟରୁ ମାତ୍ର ୬ଟି ମ୍ୟାଚ୍ ଜିତିଛି । ତଥାପି ଶ୍ରେୟସ୍‌ ଟିମ୍ ଇଣ୍ଡିଆରେ ସ୍ଥାନ ଅଧିକାର କରିଛନ୍ତି । ଆୟର୍ ତାଙ୍କର ଧୁଆଁଧାର ବ୍ୟାଟିଂ ଖୁବ୍‌ ପପୁଲାର। ନିକଟରେ ଶ୍ରେୟସ୍ ଏକ ବିଳାସପୂର୍ଣ୍ଣ କାର କିଣିଛନ୍ତି । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।


ଏହି ବିଳାସପୂର୍ଣ୍ଣ କାର୍ ମର୍ସିଡିଜ୍- AMG G -63 4MATIC SUV କିଣିଛନ୍ତି। ମାଇଲେଜ୍ ଦୃଷ୍ଟିରୁ ଏହି କାର୍ ବହୁତ ଭଲ କାରଟି ଦେଖିବକୁ ବହୁତ ସୁନ୍ଦର । ଏହାର ଓଜନ ଦୁଇ ଟନ୍‌ରୁ ଅଧିକ। ଏହି କାରର ସବୁଠାରୁ ବଡ ଫିଚର୍ସ ହେଉଛି, ଏହା ୪.୫ସେକେଣ୍ଡରେ ୦-୧୦୦ କିଲୋମିଟରରୁ ସ୍ପିଡ୍‌ ଧରିଥାଏ। କାରର ମୂଲ୍ୟ ୨କୋଟି ୫୫ ଲକ୍ଷ ଟଙ୍କା ରହିଛି ।

ଏହାକୁ ନେଇ ସୋସିଆଲ ମିଡିଆରେ ଆକାଉଣ୍ଟରେ ଏକ ଫଟୋ ସେୟାର କରାଯାଇଛି। ଯେଉଁଥିରେ ଲ୍ୟାଣ୍ଡମାର୍କ କାର୍ ମୁମ୍ବାଇ ଲେଖିଛି, ‘ଭାରତୀୟ କ୍ରିକେଟର ଶ୍ରେୟାସ ଆୟରଙ୍କୁ ଏକ ନୂଆ ମର୍ସିଡିଜ-ବେଞ୍ଜ ଜି୬୩ କିଣିବା ପାଇଁ ଅଭିନନ୍ଦନ। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି। ଶ୍ରେୟସ୍‌ଙ୍କ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇବାରେ ଲାଗିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ