କଳା ଓ ସଂସ୍କୃତି ଖେଳ ସ୍ପେଶାଲ ରିପୋର୍ଟ

ସେନ୍ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଖେଳାଳି, ୨୩ ସେକେଣ୍ଡ ପାଇଁ ଅଟକିଲା ମ୍ୟାଚ୍

ନୂଆଦିଲ୍ଲୀ ୦୩/୦୬: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲର୍ଡସ୍ ଷ୍ଟାଡିୟମରେ ଟେଷ୍ଟ୍ ସିରିଜ୍ ଖେଳାଯାଉଛି । ପ୍ରଥମ ଟେଷ୍ଟ୍ ଗୁରୁବାର ଖେଳାଯାଇଥିଲା । ତେବେ ଏହି ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ମହାନ ବୋଲର ଦିବଂଗତ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ଖେଳାଳି । ନ୍ୟୁଜିଲାଣ୍ଡ ଇନିଂସ ବେଳେ ୨୩ ତମ ଓଭରରେ ୨୩ ସେକେଣ୍ଡ ପାଇଁ ମ୍ୟାଚକୁ ରୋକା ଯାଇଥିଲା ଓ ସେନ ଓ୍ୱର୍ଣ୍ଣଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।

ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ୨୩ତମ ଓଭର ଶେଷ ହେଲା ପରେ ପଡିଆରେ ଲାଗିଥିବା ସ୍କ୍ରିନରେ ସେନ ଓ୍ୱର୍ଣ୍ଣଙ୍କ ଫଟୋ ଆସିଥିଲା । ଏହି ସମୟରେ ଫ୍ୟାନ୍, ଖେଳାଳି ଓ ଅମ୍ପାୟାରଙ୍କ ସମେତ ଅନ୍ୟ ସମସ୍ତେ ଠିଆ ହୋଇ ସମ୍ମାନ ଜଣାଇଥିଲେ । ତାଳି ମଧ୍ୟ ସେମାନେ ମାରିଥିଲେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୪ ତାରିଖରେ ଥାଇଲାଣ୍ଡରେ ସେନ ଓ୍ୱର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା । ସେ ୫୨ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଥାଇଲାଣ୍ଡକୁ ଛୁଟି କାଟିବାକୁ ଯିବା ବେଳେ ତାଙ୍କର ପରଲୋକ ହୋଇଥିଲା । ସେ ମୋଟ ୧୪୫ ଟେଷ୍ଟରୁ ୭୦୮ ଓ୍ୱିକେଟ୍ ନେଇଥିଲେ । ଯାହା ମୁଥୟା ମୁରଲିଧରନଙ୍କ ୮୦୦ ଓ୍ୱିକେଟ୍ ପରେ ଦ୍ୱିତୀୟ ସର୍ବାଧିକ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,