ଅପରାଧ ଦେଶ ବିଦେଶ ରାଜନୀତି

ନେତାଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି; ହଠାତ ଘରେ ପଶି ମହିଳାଙ୍କୁ ପିଟିଲେ ପତ୍ନୀ

ଗାନ୍ଧୀନଗର: ଅନ୍ୟ ମହିଳାଙ୍କ ସହ ସମୟ ବିତାଇ ହଟହଟା ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଗୁଜରାଟର ଦୁଇଥର କଂଗ୍ରେସ ସଭାପତି ବିକ୍ରମ ସୁଲଙ୍କୀ। ବିକ୍ରମ ନିଜ ବଙ୍ଗଳା ଆନନ୍ଦରେ ଅନ୍ୟ ଜଣେ ମହିଳାଙ୍କ ସହ ସମୟ ବିତାଉଥିବା ସିସିଟିଭିରେ ଧରାପଡ଼ିବା ପରେ ପତ୍ନୀଙ୍କ କ୍ରୋଧର ଶିକାର ହୋଇଛନ୍ତି।

କଂଗ୍ରେସ ନେତାଙ୍କୁ ରେଡ୍‌-ହ୍ୟାଣ୍ଡେଡ୍ ଧରିଛନ୍ତି ତାଙ୍କ ପତ୍ନୀ ରେଶ୍ମା ପଟେଲ। ଏହାପରେ ସିଧା ବଙ୍ଗଳା ଭିତରେ ପଶି ଭରତଙ୍କ ସମେତ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିରେ ରେଶ୍ମା। ଏହି ସମୟରେ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ବି ହୋଇଛି। ଭିଡିଓରେ ସୋଲଙ୍କଙ୍କ ପତ୍ନୀ ରେଶ୍ମା ତାଙ୍କର ସହଯୋଗୀମାନଙ୍କ ସହ ହୋଟେଲ୍‌ ରୁମ୍‌ରେ ପଶି ମହିଳାଙ୍କୁ ଚୁଟି ଟାଣି ନିର୍ଦ୍ଧୁମ ପିଟିବା ପରେ ତାଙ୍କୁ ବେଡ୍‌ରୁ ତଳକୁ ଘୋଷାରି ପକାଇ ଦେଇଥିଲେ। ସେପଟେ ପତ୍ନୀକୁ ଅଟକାଇବାକୁ ଚେଷ୍ଟା କରୁଥିଲେ ନେତା।

ଭିଡିଓରେ ରେଶ୍ମା ଖୁବ୍ ରାଗିଯାଇ କହୁଛନ୍ତି “ତୁ ମୋ ସ୍ୱାମୀ ସହ ବସିଛୁ.. ମୁଁ ତୋତେ ଛାଡ଼ିବିନି। ଏହାର ଭିଡିଓ ନିଅ। ତୋ ମୁହଁ ଦେଖା।” ହେଲେ ଅନ୍ୟ ମହିଳା ଜଣଙ୍କ କ୍ୟାମେରା ସାମ୍ନାରେ ନିଜ ମୁହଁ ଲୁଚାଉଥିବାର ଦେଖାଯାଉଛି। ତେବେ ଏହି ଘଟଣାରେ ଭରତସିଂହଙ୍କ ନା ଗୁଜୁରାଟ କଂଗ୍ରେସ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

ସୂଚନା ଥାଉକି ଭରତସିଂହ ସୋଲାଙ୍କୀ ଓ ରେଶ୍ମା ପଟେଲଙ୍କର ମଧ୍ୟରେ ପାରିବାରିକ ଅସନ୍ତୋଷ ରହିଛି। ଦୁହେଁ ଦୁହିଁଙ୍କୁ ପୂର୍ବରୁ ନୋଟିସ ବି ଦେଇସାରିଛନ୍ତି। ରେଶ୍ମ ଭରତସିଂହଙ୍କ ବିରୋଧରେ ଅତ୍ୟାଚାର ଓ ଘରୁ ବାହାର କରିଦେବା ଅଭିଯୋଗ ମଧ୍ୟ ଆଣିଛନ୍ତି। ଅନ୍ୟପଟେ ଭରତସିଂହ ମଧ୍ୟ ପତ୍ନୀଙ୍କ ବିରୋଧରେ ଦୁର୍ବ୍ୟବହାର ଶିକାର ହେବା ଓ ରାଜନୈତିକ କ୍ୟାରିୟର ନଷ୍ଟ କରିବାକୁ ପତ୍ନୀ ଧମକ ଦେଉଥିବା ସେ ଅଭିଯୋଗ କରିଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର