ଅପରାଧ ରାଜ୍ୟ

ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ଟଙ୍କା ଓ ମୋବାଇଲ୍

ସୋର ୩।୬: ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ । ଗତ ଶୁକ୍ରବାର ବିଳମ୍ବିତ ରାତିରେ ସୋର ରେଳ ଷ୍ଟେସନ ବାହାରେ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡ଼ାଇ ଗୋଡ଼ାଇ ହାଣିଦେଇଛନ୍ତି । ସୋର ମ୍ୟୁନିସିପାଲିଟି ମୋବାରକପୁର ଗ୍ରାମର ସେକ୍ ରସିଦ ନାମକ ଯୁବକଙ୍କୁ ଦୁଇ ଜଣ ଦୁର୍ବୃତ୍ତ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ତାଙ୍କଠାରୁ ଟଙ୍କା ଏବଂ ମୋବାଇଲ ଛଡ଼ାଇ ନେଇଥିଲେ । ରସିଦ‌ ବିରୋଧ କରିବାରୁ ଦୁର୍ବୃତ୍ତ ଦୁଇ ଜଣ ଗୋଡ଼ାଇ ଗୋଡ଼ାଇ ମାରଣାସ୍ତ୍ର ଦ୍ଵାରା ରସିଦକୁ ଆକ୍ରମଣ କରିଥିଲେ ।

ଆକ୍ରମଣକାରୀ ହେଉଛନ୍ତି ଢିପସାହିର ବଙ୍କା ହାଁସଦାଙ୍କ ପୁଅ ପ୍ରକାଶ ହାଁସଦା ଏବଂ ଗୁଡୁ ହାଁସଦାଙ୍କ ପୁଅ ନିଶି ହାଁସଦା । ଆହତ ରସିଦ ସୋର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣାକୁ ନେଇ ସୋର ଥାନାରେ ଅଭିଯୋଗ ରସିଦ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।