ବଲାଙ୍ଗୀର ୦୨/୦୬: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବହଲି ଗାଁକୁ ଦୁଇ ଜଣ ଭଣ୍ଡବାବା ଲୋକଙ୍କ ଘରକୁ ଯାଇ ନାନା ବାହାନା କରି ଟଙ୍କା ମାଗୁଥିଲେ । କାଶୀର ପଣ୍ଡିତ କହୁ ମାଗୁଥିଲେ ଟଙ୍କା । ଏମିତିକି ଯିଏ ଟଙ୍କା ନ ଦେଲା ସେମାନଙ୍କୁ ଅଭିଶାପ ଦେଇ ଭୟଭୀତ କରୁଥିଲେ ।
ଏହି ଦୁଇ ନକଲି ବାବା ବହୁ ସମୟ ଧରି ଗାଁରେ ଆତଙ୍କ ଖେଳାଇ ଗରିବ ଓ ନୀରିହ ଲୋକଙ୍କୁ ଅଭିଶାପ ଦେଇ ଟଙ୍କା ଲୁଟ କରୁଥିଲେ । ତେବେ ଏହି ବାବାଙ୍କ ଦୌରାତ୍ମ୍ୟ ଦେଖି କିଛି ଶିକ୍ଷିତ ଯୁବକ ଯାଇ ବାବାକୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ ଗାୟତ୍ରୀ ମନ୍ତ୍ର, ଶିବ ପୂରାଣ, ଭଗବାନଙ୍କ କେତୋଟି ଅବତାର ତାହା ପଚାରିଥିଲେ ।
କିନ୍ତୁ ଏହି ଭଣ୍ଡ ବାବାମାନେ କିଛି ପ୍ରଶ୍ନର ଉତ୍ତର ନ ଦେଇ କିପରି ସେଠାରୁ ଫେରାର୍ ମାରିବେ ସେନେଇ ବାଟ ଖୋଜିଥିଲେ । ଏନେଇ ଗ୍ରାମବାସୀ ଏମାନେ କୌଣସି ବାବା ନୁହଁନ୍ତି ବଂଲାଦେଶୀ ରୋହିଙ୍ଗ୍ୟା ମାନେ ବାବା ବେଶରେ ଲୋକଙ୍କୁ ଲୁଟ୍ କରିଥିବା ଅଭିଯୋଗ କରିଛନ୍ତି ।