ଦେଶ ବିଦେଶ ସ୍ୱାସ୍ଥ୍ୟ

ସୋନିଆ ଗାନ୍ଧୀ କୋଭିଡ୍ ପଜିଟିଭ୍, ଆହୁରି ଅନେକ କଂଗ୍ରେସ ନେତା ମଧ୍ୟ ସଂକ୍ରମିତ

ନୂଆଦିଲ୍ଲୀ ୦୨/୦୬: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା । କଂଗ୍ରେସ ମୁଖପାତ୍ର ରଣଦୀପ ସୁରେଜଓ୍ୱାଲା ଏନେଇ ସୂଚନା ଦେଇଛନ୍ତି । ସୋନିଆ ଗତ କିଛି ଦିନ ଧରି ଯେଉଁ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଥିଲେ, ସେମାନଙ୍କ ମଧ୍ୟରୁ କିଛିଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ରଣଦୀପ କହିଛନ୍ତି ।

ରଣଦୀପଙ୍କ କହିବାନୁସାରେ, ସୋନିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଧବାର ଭଲ ନଥିଲା । ସନ୍ଧ୍ୟାରେ ଜ୍ୱର ଆସିଥିଲା । ଏହାପରେ ସେ ତୁରନ୍ତ କୋଭିଡ୍ ଟେଷ୍ଟ୍ କରିଥିଲେ । ଯାହାର ରିପୋର୍ଟ ପଜିଟିଭ୍ ଆସିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ସୋନିଆ ନିଜକୁ ଆଇସୋଲେସନରେ ରଖିଛନ୍ତି । ତାଙ୍କର ଚିକିତ୍ସା ଜାରି ରହିଛି । ସେ ଧିରେଧିରେ ସୁସ୍ଥ ହେଉଛନ୍ତି । ଜୁନ ୮ ତାରିଖ ପୂର୍ବରୁ ସେ ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଛି ।

ସୂଚନାଯୋଗ୍ୟ, ଜୁନ ୮ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋନିଆଙ୍କୁ ଜେରା ପାଇଁ ଡାକିଛି । ନ୍ୟାଶନାଲ ହେରାଲ୍ଡ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ । ତେବେ ସୋନିଆ ୨ରୁ ୩ ଦିନ ମଧ୍ୟରେ ସୁସ୍ଥ ହୋଇଯିବେ ବୋଲି ରଣଦୀପ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ