ଦେଶ ବିଦେଶ ମନୋରଞ୍ଜନ

‘ବଡେ ଅଛେ ଲଗତେ ହେଁ’ ଫେମ୍‌ ନକୁଲ୍‌ଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ଭର୍ତ୍ତି

ମୁମ୍ବାଇ ୦୨।୦୬ : ଟିଭି ସିରିଏଲ୍ ‘ବଡେ ଅଛେ ଲାଗତେ ହେଁ- ୨’ ପୁଣି ଥରେ ଆରମ୍ଭ ହେବା ଦିନ ଠାରୁ ଲୋକଙ୍କ ଦୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏହି ଶୋ’ର କଳାକାରମାନଙ୍କ ଉପରେ ପ୍ରଶଂସକମାନେ ପ୍ରେମର ବର୍ଷା କରୁଛନ୍ତି। ଲଗାତାର ଭାବରେ ଟିଆରପି ଲିଷ୍ଟରେ ନିଜର ସ୍ଥାନ ଅଧିକାର କରି ଚାଲିଛି । ହେଲେ ବର୍ତ୍ତମାନ ସିରିଏଲ୍‌କୁ ନେଇ ବଡ ଖବର ସାମ୍ନାକୁ ଆସିଛି। ଯାହା ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ।ଏହି ଶୋ’ରେ ରାମ କପୁରଙ୍କ ଭୂମିକାରେ ଅଭିନୟ କରିଥିବା ନକୁଲ ମେହେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଇଛି କି ନକୁଲ ମେହେତାଙ୍କ ଦେହ ହଠାତ୍ ଖରାପ ହୋଇଯାଇଥିଲା। ଏହି କାରଣରୁ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କହିବାକୁ ଗଲେ ନିକଟରେ ତାଙ୍କର ଏକ ଛୋଟ ଅସ୍ତ୍ରୋପଚାର କରାଯାଇଛି । ଏଥିପାଇଁ ସେ ବର୍ତ୍ତମାନ କିଛି ଦିନ ପାଇଁ ଶୋ’ରୁ ବିରତି ନେଇଛନ୍ତି। ଅସ୍ତ୍ରୋପଚାର ପରେ ବର୍ତ୍ତମାନ ସମ୍ପୂର୍ଣ୍ଣ ବିଶ୍ରାମ ନେଉଛନ୍ତି। ଶୋ’କୁ କେବେ ଫେରିବେ ସେ ନେଇ କୌଣସି ସୂଚନା ମିଳି ନାହିଁ। ଅଭିନେତାଙ୍କ ସ୍ୱାସ୍ଥ୍ୟ ସୁସ୍ଥ ହେବା ପାଇଁ ପ୍ରଶଂସକମାନେ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି ।

ନକୁଲ ମେହେତାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ବର୍ତ୍ତମାନ ‘ବଡେ ଅଛେ ଲଗତେ ହେଁ ରେ ଦେଖିବାକୁ ମିଳୁଛି। ଏହି ସିରିଏଲରେ ସେ ଦିଶା ପରମାରଙ୍କ ବିପକ୍ଷରେ ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ