ଅପରାଧ ରାଜ୍ୟ

ବସ୍‌ଷ୍ଟାଣ୍ଡରୁ ନିଖୋଜ ଥିବା ନାବାଳିକା ଉଦ୍ଧାର, ଅପହରଣକାରୀ ଅଟୋ ଡ୍ରାଇଭରକୁ ଖୋଜୁଛି ପୋଲିସ

ଢେଙ୍କାନାଳ ୨।୬: ମା’ ପାଖରୁ ଗାଏବ ହୋଇଗଲା ନାବାଳିକା ଭିନ୍ନକ୍ଷମ ଝିଅ । ଢେଙ୍କାନାଳ ବସଷ୍ଟାଣ୍ଡରେ ବୁଧବାର ରାତି ପ୍ରାୟ ୮ଟା ବେଳେ ଏପରି ଅଭାନୀୟ ଘଟଣା ଘଟିଛି । ଯାହାକୁ ନେଇ ଢେଙ୍କାନାଳ ସହରରେ ବେଶ ଛାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ଖବର ପାଇ ଟାଉନ ପୋଲିସ ପହଞ୍ଚି ତନାଘନା ଆରମ୍ଭ କରିଥିଲା । ପରେ ଖବର ପାଇ ସଦର ଥାନା ଗୋବିନ୍ଦପୁର ଅଞ୍ଚଳର ଏକ ନିଛାଟିଆ ଜଙ୍ଗଲରୁ ନାବାଳିକାଙ୍କୁ ଉଦ୍ଧାର କରିଥିଲା ଟାଉନ ପୋଲିସ । ତେବେ ଭିନ୍ନକ୍ଷମ ନାବାଳିକାଙ୍କୁ ଏକ ଅଟୋରେ ଅପହରଣ କରି ନେଇଥିବା ଅଟୋ ସହ ଡ୍ରାଇଭର ଫେରାର ହୋଇଯାଇଛି । ନାବାଳିକା ଜଣଙ୍କ ଦୃଷ୍ଟି ହରାଇ ଥିବା ଭିନ୍ନକ୍ଷମ ଓ ବୟସ ୧୩ ବର୍ଷ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାନ୍ଦା ଅଞ୍ଚଳର ନାବାଳିକାଙ୍କର ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ନାବାଳିକା ଜଣଙ୍କ ଢେଙ୍କାନାଳରେ ଏକ ଭିନ୍ନକ୍ଷମ ଆବାସିକ ସ୍କୁଲରେ ରହି ପାଠ ପଢ଼ନ୍ତି । ଛୁଟିରେ ତାଙ୍କ ମା’ଙ୍କ ସହ ଗାଁକୁ ଯିବାପାଇଁ ଢେଙ୍କାନାଳ ବସଷ୍ଟାଣ୍ଡରେ ବସକୁ ନାବାଳିକା ଜଣଙ୍କ ଅପେକ୍ଷା କରିଥିଲେ । କିନ୍ତୁ ହଠାତ ମା’ଙ୍କ ନିକଟରୁ ନାବାଳିକା ଜଣଙ୍କ ଗାଏବ ହୋଇଯାଇଥିଲେ । ଫଳରେ ଝିଅକୁ ନପାଇ ମା’ କାନ୍ଦିବାରୁ ସ୍ଥାନୀୟଲୋକେ ରୁଣ୍ଡ ହୋଇ ପୋଲିସକୁ ଖବର ଦେଇଥିଲେ । ଟାଉନ ଥାନା ପୋଲିସ ଗାଏବ ନାବାଳିକାଙ୍କ ମା’କୁ ନେଇ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା ।

ନାବାଳିକା ଜଣଙ୍କ ଦୃଷ୍ଟିହୀନ ହୋଇଥିବାର ସୁଯୋଗ ନେଇ ତାଙ୍କୁ ବସଷ୍ଟାଣ୍ଡରୁ ଜଣେ ଅଟୋ ଡ୍ରାଇଭର ଅଟୋରେ ଗୋବିନ୍ଦପୁର ଅଂଚଳର ଏକ ଜଙ୍ଗଲ ନିକଟ ନିଛାଟିଆ ସ୍ଥାନକୁ ନେଇ ପଳାଇଥିଲେ । ତେବେ ନବାଳିକାଙ୍କ ଚିତ୍କାର ଶୁଣି କିଛି ଯୁବକ ପହଞ୍ଚି ଯିବାରୁ ଅଟୋ ଡ୍ରାଇଭର ଅଟୋ ନେଇ ଫେରାର ହୋଇଯାଇଥିଲା । ପରେ ଯୁବକମାନଙ୍କଠାରୁ ସୂଚନା ପାଇ ଟାଉନ ପୋଲିସ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।